38.1 C
Bhubaneswar
Friday, April 26, 2024
Homeଓଡିଶାଦରବୃଦ୍ଧିକୁ ନେଇ ନଗର କଂଗ୍ରେସର ପ୍ରତିବାଦ, ବିକ୍ଷୋଭ ପିଆଜ ବିକିଲେ ୪୦ ରେ

ଦରବୃଦ୍ଧିକୁ ନେଇ ନଗର କଂଗ୍ରେସର ପ୍ରତିବାଦ, ବିକ୍ଷୋଭ ପିଆଜ ବିକିଲେ ୪୦ ରେ

ମୋଦି ଓ ନବିନଙ୍କ କୁଶପୁତ୍ତଳିକା ଦାହ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଗରିବ ଲୋକଙ୍କର ଖାଇବା ଥାଳିର ମୁଖ୍ୟ ଉପଦାନ ପିଆଜ ଆଜି ଖାଇବା ଥାଳିରୁ ଉଭେଇ ଯାଇଛି । ୧ ଟଙ୍କାରେ ଚାଉଳ କିଲେ ଦେବାର ଡିଂଡିମ ପିଟୁଥିବା ମୋଦୀ ଓ ନବୀନ ସରକାର ପିଆଜର ଦରବୃଦ୍ଧି ରୋକିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ଗତ କିଛି ମାସ ହେଲା ପିଆଜ ଦାମ କମିବା ପରିବର୍ତ୍ତେ ହୁତ ହୁତ୍ ହୋଇ ବଢିବାରେ ଲାଗିଛି । ବର୍ତ୍ତମାନ ଏହା କେଜି ପ୍ରତି ୧୨୦ ରୁ ୧୪୦ ଟଙ୍କା ପର୍ଯ୍ୟନ୍ତ ପହଂଚିଲାଣି । ଶୀତ ଦିନେ ୧୦ ରୁ ୨୦ ଟଙ୍କା କେଜିରେ ପିଆଜ ଖାଉଥିବା ଲୋକେ ଆଉ ତାଙ୍କ ରୋଷେଇ ଘରକୁ ପିଆଜ ନେବାରେ ସମ୍ପୁର୍ଣ୍ଣ ଅସମର୍ଥ । ପଲ୍ଲି ରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପିଆଜ ଦରକୁ ନେଇ ଆନ୍ଦୋଳନ ହେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଭୁଲ ବଜାର ନିତି ଯୋଗୁଁ ସେମାନେ ହାତ ଟେକି ଦେଲେଣି । ଏପଟେ ରାଜ୍ୟ ସରକାର ମଧ୍ୟ ନିଜର ଅପାରଗତାକୁ ଘୋଡାଇବାରେ ସମ୍ପୁର୍ଣ୍ଣ ବିଫଳ । ଉଭୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଏହାକୁ ନେଇ ସମ୍ପୁର୍ଣ୍ଣ ନିରବ ।

ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱରେ ପିଆଜ ଦର ବୃଦ୍ଧି ପ୍ରତିବାଦରେ ଏକ ଅଭିନବ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରି ନବିନ ଙ୍କ ସହ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦିଙ୍କ କିଶପୁତ୍ତଳିକା ଦାହ କରାଯାଇଥିଲା । ବଲାଙ୍ଗିର ସହରରେ ପିଆଜ ୧୨୦ ଟଙ୍କା ଥିବା ବେଳେ ନଗର କଂଗ୍ରେସ କମିଟି ତରଫରୁ କିଲୋ ପ୍ରତି ୪୦ ଟଙ୍କାରେ ସ୍ଥାନୀୟ ଲୋକଙ୍କୁ ପିଆଜ ବିକ୍ରୟ କରାଯାଇଥିଲା । ଏହି ପିଆଜ ବିକ୍ରୟ ସମୟରେ ନଗର କଂଗ୍ରେସ କମିଟି ତରଫରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଅସିମ ପଟ୍ଟନାୟକ, ଅଶୋକ ନନ୍ଦ, ଓମ୍ ପ୍ରକାଶ କୁମ୍ଭାର, ଅଜୟ ବାଲି, ଜ୍ୟୋତିଷ ମୁଗ୍ରୀ, ମହିଳା ସଭାନେତ୍ରୀ ମିଳନି ସାହୁ, ସାନନ୍ଦ ମିଶ୍ର, ଉମାକାନ୍ତ ସାହୁ, ପ୍ରେମ ପ୍ରକାଶ ମିଶ୍ର, ବ୍ରଜ ସେଠି ପ୍ରମୁଖ ସରକାରଙ୍କ ବିରୁଦ୍ଧରେ ବିଶୋଷଗାର କରିଥିଲେ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏ ପିଆଜ ଦରକୁ ଅତିଶିଘ୍ର କମ କରୁ ଏବଂ କଳାବଜାରି ତଥା ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ ଉଭୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ଏବଂ ତତ୍ ସହିତ ଦେଶର ଗରିବ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଣ୍ଟନ କରିବା ଭଳିଆ ପିଆଜକୁ ମଧ୍ୟ ଅତି ସୁଳଭ ଦରରେ ବଣ୍ଟନ କରାଯାଉ । ନଚେତ ଆଗାମୀ ଦିନରେ ଉଭୟ କେନ୍ଦ୍ର ସରକର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ତିବ୍ର ବିରୋଧ କରାଯିବ ବୋଲି ନଗର କଂଗ୍ରେସ ତରଫରୁ ଚେତାବନି ଦିଆଯାଇଛି । ଆଜିର ଏହି ଅଭିନବ ପ୍ରତିବାଦ ତଥା କମ୍ ରେଟରେ ଲୋକଙ୍କୁ ପିଆଜ ବିକ୍ରୟ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ରାଜ୍ୟ ସଂପାଦକ ସୁଦାମ ସାହୁ, ଜିଲ୍ଲା ଉପ-ସଭାପତି ମନିଷ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଚିଣ୍ଟୁ ପଣ୍ଡା, ସଂଜୟ ମିଶ୍ର, ଜୟନାରାୟଣ ବହିଦାର, ପ୍ରଫୁଲ୍ଲ ମିଶ୍ର, ପବିତ୍ର ବେହେରା, କୈଳାସ ମିଶ୍ର, ଝୁପୁଲୁ ମହାନ୍ତି, ଅନ୍ତ ମଛଖଣ୍ଡ, ଆରତି ପ୍ରୀତି ନାଗ, କୁଳମଣି ସାହୁ, ମିଟୁ ସାହୁ, ବିଧୁ, ମୁନା ନନ୍ଦ, କିଶୋର ଦଣ୍ଡସେନା, ହିମାଂଶୁ ନାୟକ, ରବି ସ୍ୱାଇଁ, ବିରେନ ବାବୁ, ବାଦଲ ସୁନା, ଗୁଣ୍ଡୁ ଦାଶ, ମହମ୍ମଦ ଆକବର, ସୁନିଲ ବେହେରା, ପବିତ୍ର ନେପାକ, ପ୍ରକାଶ ସାହୁ, ଅଭିନାଶ ସାଏ, ଅରବିନ୍ଦ ପରୁଆ, ସଂଜିବ ଗୁରୁ, ଶତପଥି ବାବୁ, ଲବ ବାଗ,ସୁଦର୍ଶନ ମିଶ୍ର, , ଜଗ, ମାନସ ମହାନ୍ତି, ବୁଲୁ ବେହେରା, ଜଗ ପଧାନ, ଜଟ ବିଶ୍ୱାଲ, ବ୍ରଜ ବିହାରୀ ନାଗ, ମୀନା ମଣ୍ଡଲ, ଅନ୍ନପୂର୍ଣ୍ଣା ବରିହା, ଅନିତା ନାଗ, ପ୍ରିତିରାଣି ନାଗ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking