29.1 C
Bhubaneswar
Sunday, May 5, 2024
Homeଓଡିଶାବୁଲା ଗାଈଗୋରୁଙ୍କ କବଜାରେ ବୈପାରିଗୁଡା ସହର 

ବୁଲା ଗାଈଗୋରୁଙ୍କ କବଜାରେ ବୈପାରିଗୁଡା ସହର 

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ସଦରମହୁକୁମା ରେ ଏବେ ରାଜ କରୁଛନ୍ତି ବୁଲା ଗାଈଗୋରୁ ।ବୈପାରିଗୁଡା ସହରର ବିଭିନ୍ନ ଛକ ଏବଂ ଗଳିକନ୍ଦିରେ ବୁଲା ଗାଈଗୋରୁ ର ଆଡ୍ଡା ଜମୁଛି ।ଫଳରେ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ହେବା ସାଙ୍ଗକୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି ।ଅନେକ ସମୟରେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ପାଇଁ ମଧ୍ୟ ବାଧାପ୍ରାପ୍ତ ହେଉଛି ।କେବଳ ଛକ ନୁହେଁ ସହରର ବିଭିନ୍ନ ଗଳି ରାସ୍ତାରେ ମଧ୍ୟ ଦିନ ରାତିରେ ବୁଲା ଗାଈଗୋରୁ ରହୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।ସହରର ଅନେକ ଛକ ତଥା ମୁଖ୍ୟ ଛକ, ଷ୍ଟେଟ ବ୍ୟାଙ୍କ ଛକ, ବୀରଖମ୍ବ ସାହି ଛକ ଭଳି ବିଭିନ୍ନ ସ୍ଥାନରେ ଆଡ୍ଡା ଜମାଉଛନ୍ତି ଗାଈ ଗୋରୁ ।ଏଥିପ୍ରତି ସହରବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ବୈପାରିଗୁଡା ସହରରେ ବୁଲା ଗାଈଗୋରୁ ଙ୍କ ଆଡ୍ଡା ବୃଦ୍ଧି ହେବା ସମସ୍ୟା ଆଜିର ନୁହେଁ ଦୀର୍ଘ ଦିନ ହେବ ଲାଗିରହିଛି ଏ ସମସ୍ୟା ।ଏବେ ଦିନକୁ ଦିନ ବୈପାରିଗୁଡା ସହରରେ ବୁଲା ଗାଈଗୋରୁ ବଢ଼ିବାରେ ଲାଗିଛି ।ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଭାଗିରଥି ମୁର୍ଜିଆ ଙ୍କୁ ପଚାରିବାରୁ ଆଗରୁ ଥରେ ଆମେ ଡ଼ାକବାଜି ଦ୍ୱାରା ପ୍ରଚାର କରିଥିଲୁ ଆଉ ଦୁଇ ଦିନ ଭିତରେ ମଧ୍ୟ ଆଉ ଥରେ ପ୍ରଚାର କରିବୁ ଯଦି କେହି ଗାଈଗୋରୁ ମାଲିକ ଆମ କଥା ନଶୁଣି ଅବମାନନା କରନ୍ତି ତେବେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ର ଏକ ଗୃହରେ ନେଇ ଗାଈଗୋରୁ ଙ୍କୁ ରଖାଯିବ ଏବଂ ମାଲିକ ଆସିଲା ପରେ ବଡ଼ ଅଙ୍କର ଜରିମାନା ପକାଯିବ ବୋଲି ସରପଞ୍ଚ ଶ୍ରୀ ମୁର୍ଜିଆ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking