30.1 C
Bhubaneswar
Saturday, April 27, 2024
Homeଓଡିଶାକାନ୍ଥ ଭୁଶୁଡି ଶିଶୁ ମୃତ, ୬ ଆହତ

କାନ୍ଥ ଭୁଶୁଡି ଶିଶୁ ମୃତ, ୬ ଆହତ

ଆସିକା: ଖେଳିବା ବେଳେ କାନ୍ଥ ଭୁଶୁଡି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଧରାକୋଟ ଥାନା ରାଶିବାଡି ରାମଚନ୍ଦ୍ରପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ଏକ ଘର ନିକଟରେ ୭ ଶିଶୁ ଖେଳୁଥିବା ବେଳେ ମାଟି କାନ୍ଥ ଭୁଶୁଡି ପଡିଛି । କାନ୍ଥ ତଳେ ଚାପି ହୋଇ ୬ ବର୍ଷର ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ତେବେ ଏହି ଘଟଣା ପରେ ଆହତ ଅନ୍ୟ ୬ ଶିଶୁ ଧରାକୋଟ ମେଡିକାଲରେ ଭର୍ତ୍ତି ହୋଇଛି ।

ସୂଚନାଯୋଗ୍ୟ , ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରୀୟ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୪୮ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ ମୁହାଁ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ରାଜ୍ୟରେ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଜମିଥିବା ଓ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ କହିଛନ୍ତି ଏସ୍‌ଆର୍‌ସି । ରାସ୍ତା ଧୋଇଗଲେ ଯୁଦ୍ଧକାଳୀନ ଭିିିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking