28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଇପିଏଫଓ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା

ଇପିଏଫଓ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା

ନୂଆଦିଲ୍ଲୀ : ଇପିଏଫଓ ଖାତାଧାରୀଙ୍କ ପାଇଁ ବଡ଼ ଖବର । ୟୁଏଏନ ସହ ଆଧାର ଲିଙ୍କର ଅବଧିକୁ ବଢାଇ ଦିଆଯାଇଛି । ଏଣିକି କିଛି କର୍ମଚାରୀ ପିଏଫ ଖାତାର ୟୁଏଏନକୁ ୩୧ ଡିସେମ୍ବର ଯାଏଁ ଆଧାର ନମ୍ବର ସହ ଲିଙ୍କ କରିପାରିବେ । ସେହିପରି ବାକି କିଛି କର୍ମଚାରୀଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଡେଡ ଲାଇନ ରଖାଯାଇଛି । ଏହି ସମୟ ମଧ୍ୟରେ ୟୁଏଏନ ସହ ଆଧାର ଲିଙ୍କ କରିବାକୁ ହେବ । ଇପିଏଫଓ ମେମ୍ବରଙ୍କ ପାଇଁ ଇପିଏଫ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତଙ୍କ ପାଇଁ ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଥିଲା । ତେବେ କେବଳ ଉତ୍ତର-ପୂର୍ବ ଭାରତର ପ୍ରତିଷ୍ଠାନଗୁଡିକ ପାଇଁ ୟୁଏଏନ ସହ ଆଧାର ଲିଙ୍କର ଅବଧିକୁ ଡିସେମ୍ବର ୩୧ ଯାଏଁ ବଢ଼ାଇଦିଆଯାଇଛି। ହେଲେ ଅନ୍ୟ ସବୁ ପ୍ରତିଷ୍ଠାନ ପାଇଁ ଏହି ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରହିଛି ।

ତେବେ ଆପଣ ଚାହିଁଲେ ଘରେ ବସି ଆପଣଙ୍କ ୟୁଏଏନ ଆକାଉଣ୍ଟ ସହ ଆଧାର ଲିଙ୍କ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଇପିଏଫର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ । ଏହାପରେ ଅନଲାଇନ ସର୍ଭିସେସକୁ ଯାଇ ଇ-କେୱାଇସି ପୋର୍ଟାଲକୁ ଯିବେ। ସେଠାରେ ଲିଙ୍କ ୟୁଏଏନ ଆଧାର ବିକଳ୍ପ ଉପରେ କ୍ଲିକ କରିବାକୁ ହେବ। ଏହା ପରେ ସେଠାରେ ଆପଣଙ୍କ ୟୁଏଏନ ନମ୍ବର ଓ ରେଜିଷ୍ଟର ମୋବାଇଲ ନମ୍ବର ଦେବେ। ମୋବାଇଲ ନମ୍ବର ଦେବା ପ‌ରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଯିବ । ଓଟିପି ପାଇବା ପରେ ଆପଣ ସବମିଟ ବଟନ ଉପରେ କ୍ଲିକ କରି ଓଟିପି ଭେରିଫିକେସନ ଉପରେ କ୍ଲିକ କରିବେ ଏବଂ ଭେରିଫାଇ କରିବେ । ଏସବୁ ସରିଲା ପରେ ଇପିଏଫଓ ତରଫରୁ ଇପିଏଫ ଓ ଆଧାର ଲିଙ୍କର ଅଥଣ୍ଟିକେସନ ପାଇଁ ଆପଣଙ୍କ କମ୍ପାନିକୁ ଯୋଗାଯୋଗ କରାଯିବ । କମ୍ପାନିରୁ ସହମତି ମିଳିବା ପରେ ଇପିଏଫ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇଯିବ । ଯଦି ଆପଣ ଇପିଏଫ ସହ ଆଧାର ଲିଙ୍କ କରୁନାହାନ୍ତି । ତେବେ ଆପଣଙ୍କ ଆଗାମୀ ପିଏଫ ବନ୍ଦ ହୋଇଯାଇପାରେ । ଆଉ ଜମା ଟଙ୍କା ବାହାର କରିବାରେ ଅସୁବିଧା ହୋଇପାରେ । ତେବେ ଏହି ଅସୁବିଧା ପୂର୍ବରୁ ଆପଣଙ୍କୁ ପିଏଫ ଆକାଉଣ୍ଟ ସହ ଆଧାର ଲିଙ୍କ କରିଦେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking