29.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରାଥମିକ ବିଦ୍ୟାଳୟରେ ଥିବା ପିଜି ଶିକ୍ଷକଙ୍କୁ ପଦୋନ୍ନତି ଦାବି

ପ୍ରାଥମିକ ବିଦ୍ୟାଳୟରେ ଥିବା ପିଜି ଶିକ୍ଷକଙ୍କୁ ପଦୋନ୍ନତି ଦାବି

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗରୁ +୨ କଲେଜକୁ ପୃଥକ କରାଯାଇ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବା ପରେ ଆବଶ୍ୟକ ପଡ଼ୁଥିବା ପିଜିଟି ପଦବୀ ଗୁଡ଼ିକ ପୂରଣ କରିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଥିବା ମିଳିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ପିଜିଟି ପଦବୀ ଗୁଡ଼ିକ ପର୍ଯ୍ୟାୟକ୍ରମେ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ ଏବଂ ଗଣଶିକ୍ଷା ବିଭାଗ ଉକ୍ତ ପଦବୀଗୁଡ଼ିକୁ ପୂରଣ କରିବ । ଏହାକୁ ପାଥେୟ କରି ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ମୁତାବକ ନୂତନ ପିଜିଟି ପଦବୀ ସୃଷ୍ଟି କରାଯାଇ ଓପିଏସ୍‌ସି ମାଧ୍ୟମରେ ନୂଆ ନିଯୁକ୍ତି ଦେବା ସହିତ ଉଚ୍ଚ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଥିବା ବି.ଏଡ୍ ଓ ପି.ଜି. ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ମଧ୍ୟ ପଦୋନ୍ନତି ଭିତ୍ତିରେ ପିଜିଟି ପଦବୀରେ ନିଯୁକ୍ତ କରାଯିବ । କିନ୍ତୁ ସେହି ସମାନ ଯୋଗ୍ୟତା ଏବଂ ଅଭିଜ୍ଞତା ଥାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତି ପ୍ରାପ୍ତ ବି.ଏଡ୍ ଓ ପି.ଜି. ଯୋଗ୍ୟତା ଥିବା ଶିକ୍ଷକ ମାନଙ୍କୁ ପିଜିଟି ପଦବୀକୁ ପଦୋନ୍ନତି ଦେବାର ବ୍ୟବସ୍ଥା କରାଯାନାହିଁ । ଏହି ନିଷ୍ପତ୍ତିକୁ ରାଜ୍ୟ ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘ ତରଫରୁ ବିରୋଧ କରାଯିବା ସହିତ ସରକାର ଉକ୍ତ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରାଯାଇଛି । ଭୁବନେଶ୍ୱର ଶ୍ରମିକ ଭବନରେ ଅନୁଷ୍ଠିତ ଏକ ବୈଠକରେ ସଂଘର ସଭାପତି ସରୋଜ କୁମାର ପଣ୍ଡା ଏବଂ ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ ପ୍ରକାଶ କରିଛନ୍ତି ଯେ ସରକାର ସବୁଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଯୁକ୍ତ ଟିଜି ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଏହି ଶିକ୍ଷକମାନଙ୍କୁ ସବୁ କାର୍ଯ୍ୟରେ ନିୟୋଜତ କରାଯାଉଛି କିନ୍ତୁ ଯେତେବେଳେ ପଦୋନ୍ନତି କିମ୍ବା ବର୍ଦ୍ଧିତ ଦରମା ଦେବାର କଥା ଉଠୁଛି ସେତେବେଳେ ଅତି ଚତୁରତାର ସହିତ ଆମର ଦାବିଗୁଡ଼ିକୁ ଅଗ୍ରାହ୍ୟ କରିଦିଆଯାଉଛି । ନିକଟ ଅତୀତରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ସମସ୍ୟାକୁ ଦୂର କରିବା ପାଇିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପ୍ରାପ୍ତ ଟି.ଜି. ଶିକ୍ଷକମାନଙ୍କୁ ୧୦୦ ଦିନ ପାଇଁ ଡେପୁଟେସନ୍‌ରେ ଦଶମ ଶ୍ରେଣୀ ପିଲାମାନଙ୍କୁ ପଢ଼ାଇବା ପାଇଁ ନିୟୋଜନ କରାଯିବ । ଏହି ଆଦେଶକୁ ସମ୍ମାନ ଜଣାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଟି.ଜି. ଶିକ୍ଷକମାନେ ବର୍ତ୍ତମାନ ବିଭିନ୍ନ ହାଇସ୍କୁଲ୍‌ରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ହାଇସ୍କୁଲ୍‌ରେ ୧୦୦ ଦିନ ପାଇଁ ଅଣାଯାଇଥିବା ଅତିଥି ଶିକ୍ଷକମାନଙ୍କୁ ମାସିକ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରିବାକୁ ସ୍ଥିର କରାଯାଇଥିବା ବେଳେ ଅତି ସ୍ୱଳ୍ପ ଦରମା ପାଉଥିବା କନିଷ୍ଠ ଶିକ୍ଷକମାନଙ୍କୁ ଅଧିକ ଦରମା ଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ । ସରକାର ଏପ୍ରକାର ମାନସିକତା ପ୍ରତ୍ୟାହାର କରି ଡେପୁଟେସନ୍‌ରେ ପଠାଇଥିବା ଶିକ୍ଷକମାନଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରିବା ସହିତ ବି.ଏଡ୍ ଓ ପି.ଜି. ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ପଦୋନ୍ନତି ଭିତ୍ତିରେ ପିଜିଟି ପଦବୀରେ ଅବସ୍ଥାପିତ କରାଯିବାର ବ୍ୟବସ୍ଥା କରାଯାଉ ବୋଲି ବୈଠକରେ ଉପସ୍ଥିତ ସଂଘର ପୂର୍ବତନ ସଭାପତି ଅଜୟ ଧଳ, ଦେବେନ୍ଦ୍ର ନାୟକ, ଉମେଶ ନାୟକ, ଦୁର୍ଯ୍ୟୋଧନ ଦାସ, ଅକ୍ଷୟ ପୃଷ୍ଟି, ନୃସିଂହ ଚରଣ ରାଉତ, ହର ପ୍ରସାଦ ଯୋଶୀ, ମକର ସାହୁ ପ୍ରମୁଖ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking