32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଘରେ ପଶି ଭୂଜାଲିରେ ହାଣି ଲୁଟ, ପତି ପତ୍ନୀ ଗୁରୁତର

ଘରେ ପଶି ଭୂଜାଲିରେ ହାଣି ଲୁଟ, ପତି ପତ୍ନୀ ଗୁରୁତର

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲାର ମର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଗତ ରବି ବାର ରାତିରେ ଘଟିଛି ଅଭାବନୀୟ ଘଟଣା । ଦୁର୍ବୁତମାନେ ରବି ବାର ରାତିରେ କୁସୁନନପୁର ଗାଁର ୨ ଜଣଙ୍କ ଘରେ ପଶି ଲୁଟ କରିିବା ସହ ପତି ପତ୍ନିଙ୍କୁ ଭୂଜାଲିରେ ହାଣି ଲହୁ ଲୁହାଣ କରି ଫେରାର ହୋଇଯାଇଛନ୍ତି । ଏହି ଡକାୟତ ଦଳରେ ୬ ଜଣ ସଦସ୍ୟ ଥିଲେ । ଡକାୟତମାନେ ପ୍ରଥମେ କୁସୁନପୁର ଗାଁର ଅକ୍ଷୟ ସାହୁଙ୍କ ଘରେ ପଶି ଲୁଟ ଉଦ୍ୟମ କରିଥିଲେ । ହେଲେ ଡକାୟତମାନେ ଅକ୍ଷୟଙ୍କ ଘରୁ ପାଇଥିଲେ ମାତ୍ର ୫ ହଜାର ଟଙ୍କା । ଡକାୟତମାନେ ଅକ୍ଷୟଙ୍କ ଘରେ ବହୁତତ ଖୋଜା ଖୋଜି କରିଥିଲେ ମଧ୍ୟ ଆଉ ଅଧବକ କିଚି ପାଇନଥିଲେ । ଅକ୍ଷୟଙ୍କ ଘରୁ ଡକାୟତମାନେ ମାତ୍ର ୫ ହଜାର ଟଙ୍କା ପାଇ ଚାଲିଯାଇ ସେହି ଗାଁର କାହ୍ନୁ ଚରଣ ନାୟକଙ୍କ ଘର ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ । ଡକାୟତମାନେ କାହ୍ନୁଙ୍କ ମା ଓ ଭଉଣୀ ଶୋଇଥିବା ଘରର କବାଟରେ ବାହାରୁ ତାଲା ପକାଇଦେଇ କାହ୍ନୁ ଓ ତାଙ୍କ ପତ୍ନୀ ଶୋଇଥିବା ଘର ଭିତରେ ପଶିଥିଲେ । କାହ୍ନୁ ଓ ତାଙ୍କ ପତ୍ନୀ ସୁଲୋଚନାଙ୍କୁ ଡକାୟତମାନେ ଭୁଜାଲି ଦେଖାଇ ଭୟଭୀତ କରି ଘରର ବାକ୍ସରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟ କରିଥିଲେ । ଡକାୟତମାନେ ବାକ୍ସରୁ ଟଙ୍କା ଓ ସୁୁନା ଲୁଟ କରିବା ପରେ ନଜର ପଡ଼ିଥିଲା କାହ୍ନୁଙ୍କ ପତ୍ନୀ ତାଙ୍କ କାନରେ ପିନ୍ଧିଥିବା କାନଫୁଲ ଓ ଆଙ୍ଗୁଠିରେ ପିନ୍ଧିଥିବା ସୁନା ମୁଦି ଉପରେ । ଦୁର୍ବୃତମାନେ ସୁଲୋଚନାଙ୍କ ଠାରୁ କାନଫୁଲ ଓ ମୁଦି ଛଡ଼ାଇବାକୁ ଉଦ୍ୟମମ କରିବା ସମୟରେ ସେମାନେ ପାଟିକରି ପଡ଼ିଶାଙ୍କୁ ଡାକ ପକାଇଥିଲେ । କାହ୍ନୁ ଓ ସୁଲୋଚନା ଅଧିକ ଜୋରରେ ପାଟି କରି ଲୋକଙ୍କୁ ଡାକିବାରୁ ଡକାୟତତମାନେନ ତାଙ୍କୁ ଭୂଜାଲିରେ ହାଣି ପଳାଇଯାଇଥିଲେ । ପଡ଼ିଶାମାନେ ପାଟି ଶୁଣି ଆସି ପହଂଚିବା ବେଳକୁ ଦୁର୍ବୃତମାନେ ଫେରାର ହୋଇଯାଇଥିଲେ । ଦୁର୍ବୃତଙ୍କ ଆକ୍ରମଣରେ କାହ୍ନୁଙ୍କ ହାତ, ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ହୋଇଥିବା ବେଳେ ସୁଲୋଚନାଙ୍କ ଶରୀରର ଅନେନକ ସ୍ଥାନନରେ ଗଭୀର କ୍ଷତ ହୋଇଛି । ମାର୍ଶାଘାଇ ଥାନା ପୁଲିସ ସୋମବାର ସକାଳେ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଓ ଆବଶ୍ୟକକ ପଡ଼ିଲେ ସନ୍ଧାନୀ କୁକୁର ଆଣି ଅନୁସନ୍ଧାନ କରିବ ବୋଲି କହିଛି । କାହ୍ନୁ ଓ ତାଙ୍କ ପତ୍ନୀଙ୍କୁ ଚିକିତ୍ସା ପାଇଁ ପ୍ରଥମେ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତୀ କରାଯାଇଥିଲା । ହେଲେ କାହ୍ନୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking