34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମା’ର ଶବ ନଦୀରୁ, ଝିଅର ଶବ ପୋଖରୀରୁ ଉଦ୍ଧାର: ମା’ ଓ ଝିଅଙ୍କୁ ହତ୍ୟା ଅଭିଯୋଗ

ମା’ର ଶବ ନଦୀରୁ, ଝିଅର ଶବ ପୋଖରୀରୁ ଉଦ୍ଧାର: ମା’ ଓ ଝିଅଙ୍କୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅଂଚଳରେ ଗୋଟିଏ ପରିବାରରୁ ଏକା ଦିନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ଘଟଣାକୁ ଅଂଚଳବାସୀ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ମା’ର ଶବ ନଦୀରୁ ମିଳିଥିବା ବେଳେ ଝିଅର ଶବ ନିଜ ମାମୁଁ ଘର ପୋଖରୀରୁ ମିଳିଛି । ଝିଅର ଶବକୁ ରବି ବାରର ସସକାଳେ ରାଜନଗର ଥାନା ପୁଲିସ ପୋଖରୀରୁ ଉଦ୍ଧାର କରିଥିବା ବେଳେ ମା’ର ଶବକୁ ରାତିରେ ହଂସୁଆ ନଦୀରୁ ଗୋବର୍ଦ୍ଧନପୁର ନିକଟରୁ ଉଦ୍ଧାର କରାଯାଇଛି । ହେଲେ ମା’ ଓ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ସ୍ୱାମୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନନଗର ଥାନା ଅନ୍ତର୍ଗତତ ମାଣପଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମହାକଳପଡ଼ା ଥାନା ଅନ୍ତର୍ଗତ ବାବର ଗାଁର ପତିତପାବନ ନାଥ ରାଜନଗର ଥାନା ଅନ୍ତର୍ଗତ ମାଣପଡ଼ା ଗାଁରେ ଘରଜ୍ୱାଇଁ ଭାବେ ରହୁଥିଲେ । କିନ୍ତୁ ପାରିବାରିକ କଳହ ଯୋଗୁ ପତିତପାବନ ନିଜ ପତ୍ନୀ ଓ ଝିଅକୁ ଶ୍ୱଶୁରଘର ଗାଁ ମାଣପଡ଼ାରେ ଛାଡ଼ି ସେ ବାବର ଗାଁରେ ଯାଇ ରହୁଥିଲେ । ମାଣପଡ଼ା ଗାଁରେ ପତିତପାବନଙ୍କ ପତ୍ନୀ ଓ ପ୍ରମିଳା ରହୁଥିଲେ ଓ ବାପଘର ଲୋକଙ୍କ ସହିତ ମିଳିିମିଶି ଚଳୁଥିଲେ । କିନ୍ତୁ ଗତ ରବି ବାର ପ୍ରମିଳା ନାଥ ନିଖୋଜ ହୋଇଯାଇଥିଲେ ଓ ତାଙ୍କ ମୋବାଇଲ ଫୋନ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟସ୍ଥ ହଂସୁଆ ନଦୀ ଘାଟରୁ ମିଳିଥିଲା । ପ୍ରମିଳା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବା ତାଙ୍କୁ କେହି ମାରିଦେଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ । ପ୍ରମିଳାଙ୍କ ନିଖୋଜ ସମ୍ପର୍କରେ ତାଙ୍କ ବଡ଼ଝିଅ ସତ୍ୟପ୍ରିୟା ସ୍ଥାନୀୟ ରାଜନଗର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ନିଜ ମା’ଙ୍କ ନିଖୋଜ ସମ୍ପର୍କରେ ଗତ ରବି ବାର ରାଜନଗର ଥାନାରେ ଅଭିଯୋଗ କରିଥିବା ସତ୍ୟପ୍ରିୟାଙ୍କ ମୃଢତ ଦେହ ଅଜି ତାଙ୍କ ମାମୁଁଘର ବାଡ଼ିରେ ଥିବା ପୋଖରୀରୁ ମିଳିଛି । ସବୁଠାରୁ ହୃଦୟ ବିଦାରକ ଘଟଣା ହେଉଛି ଗତ ରବି ବାର ରାତିରେ ମା’ର ଶବ ହଂସୁଆ ନଦୀରୁ ମିଳିଥିବା ବେଳେ ସୋମ ବାର ସକାଳେ ନିଜ ମାମୁଁ ଘର ପୋଖରୀରୁ ଝିଅର ମୃତ ଦେହ ମିଳିଛି । ତେବେ ପ୍ରମିଳାଙ୍କ ନିକଟରେ ଥିବା ୩ଲକ୍ଷ ଟଙ୍କାକୁ ପ୍ରମିଳାଙ୍କ ଭାଇଙ୍କ ପୁଅ ନେଇ ଫେରାଉ ନଥିଲେ ଓ ଏହି ଟଙ୍କା ପାଇଁ ପ୍ରମିଳାଙ୍କୁ ହତ୍ୟା କରାଯାଇଥିବା ପତିତପାବନ ଅଭିଯୋଗ କରିଛନ୍ତି । ସେହିପରି ରବି ବାର ରାତିରେ ତାଙ୍କ ୨୨ ବର୍ଷିୟ ଝିଅ ସତ୍ୟପ୍ରିୟାକୁ ମାମୁଁଘର ଲୋକେ ହତ୍ୟା କରି ତାଙ୍କ ବାଡ଼ିରେ ଥିବା ପୋଖରୀରେ ଶବକୁ ଲୁଚାଇ ଦେଇଥିବା ନେଇ ମଧ୍ୟ
ପତିତପାବନ ଅଭିଯୋଗ କରିଛନ୍ତି । ପତିତପାବନଙ୍କ ଶାଳକଙ୍କ ପୁଅ ଦ୍ୱାରା ସତ୍ୟପ୍ରିୟା ୮ ମାସର ଗର୍ଭବତୀ ହୋଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି । ରାଜନଗର ଥାନା ପୁଲିସ ମୃତ ଦେହ ୨ଟିକୁ ଜବତ୍ କରି ପୋଷ୍ଟମର୍ଟମ ପାଇଁ ଆଳି ଡାକ୍ତରଖାନାକୁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜନଗର ଥାନା ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking