25.1 C
Bhubaneswar
Thursday, May 9, 2024
Homeଅପରାଧସଙ୍ଗରୋଧରେ ରହୁଥିବା ୫ଜଣ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

ସଙ୍ଗରୋଧରେ ରହୁଥିବା ୫ଜଣ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ । ପୁରୀ ଜିଲ୍ଲା କଣାସ ସଙ୍ଗରୋଧରେ ରହୁଥିବା ୫ଜଣ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୁତ୍ତ । କଣାସ ପୋଲିସ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କଣାସ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ଶଶାଙ୍କ ପ୍ରଧାନ, ରୂପକ ପ୍ରଧାନ, ଗଣେଷ ପ୍ରଧାନ, ବଳରାମ ଜେନା ଓ ବଳିଆ ପ୍ରଧାନ ।
ସୂଚନା ଅନୁଯାୟୀ, ଗତ ୨୦୧୫ରେ କଣାସ ବଜାରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହତ୍ୟା ଘଟଣାରେ କିଛି ବ୍ୟକ୍ତି ସାକ୍ଷୀ ଦେଇଥିଲେ । ସେମାନଙ୍କୁ ଭୟଭୀତ କରିବା ପାଇଁ ଗତକାଲି ରାତିରେ କଣାସ ବଜାର ସ୍ଥିତ ସଙ୍ଗରୋଧକୁ ଟେକାମାଡ କରାଯାଇଥିଲା । ବାହାରକୁ ଆସି ଦେଖିବା ବେଳେ ସେମାନଙ୍କୁ ଅତର୍କିକ ଭାବରେ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ରହିଥିବା ବେଳେ କଣାସ ପୋଲିସ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking