32.1 C
Bhubaneswar
Friday, April 26, 2024
Homeଓଡିଶାତିନିରଥର ବେଦି ପଛ ଭାଗରେ ପାରୁସ ପଟା ବାଡ଼ିଆ ଶେଷ

ତିନିରଥର ବେଦି ପଛ ଭାଗରେ ପାରୁସ ପଟା ବାଡ଼ିଆ ଶେଷ

ପୁରୀ : ଆଉ ମାତ୍ର ୧୦ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତିନିରଥର ନିର୍ମାଣ କାର୍ଯ୍ୟ ପ୍ରାୟ ୮୦ ପ୍ରତିଶତ ସରିଛି । ତିନିରଥର ବେଦି ଚାରି ପାର୍ଶ୍ୱରେ ତାଗ ବାଡ଼ିଆ ଶେଷ ପରେ ଆଜି ତିନିରଥର ବେଦି ପଛ ଭାଗରେ ପାରୁସ ପଟା ବାଡ଼ିଆ ଶେଷ ହୋଇଅଛି । ଏଥିସହ ବାକି ରହିଥିବା ଭୁଇଁ ପାଖୁଡ଼ାରେ ନାହାକା ସେଟିଙ୍ଗ ସହ ,ତିନିରଥର ପ୍ରଥମ ଭୁଇଁ ବା ମୂଳ ଭୁଇଁ ରେ କଇଁଛି ସହ ମଝି ଭୁଇଁ ଏବଂ ଅଗ ଭୁଇଁରେ ୮/୨ ସାଇଜ ର ୧୬ ଫୁଟ ଲମ୍ବ ‘ଅନ୍ଧାରି-ତାଗ’ ଦୁଇଟି ଲେଖାଁଏ କାପ କରାଯାଇ ସେଟିଙ୍ଗ କରାଯାଇଅଛି । ଏଥିସହ ତିନିରଥର ୪ଟି ଲେଖାଁଏ ଧ୍ୱଜ ବତା ନିର୍ମାଣ ଶେଷ ହୋଇଥିଲା ।

ତିନିରଥର ଗୋଟିଏ ଲେଖାଁଏ ‘ଦୁଆର ବେଢ଼ା’ ନିର୍ମାଣ ଶେଷ ହୋଇଅଛି । ଆଜି ତିନିରଥରେ ‘ଚାର ପାରୁଛ’ ସେଟିଙ୍ଗ ପରେ ତିନିରଥର ଦୁଇଟି ଲେଖାଁଏ ଆଗଆଣି କତରା ବାଡ଼ିଆ ଶେଷ ହୋଇଅଛି । ଏଥିସହ ତିନିରଥର ଖପୁରୀ ଏବଂ ପାରାଭାଡ଼ି କୁ ମିଶାଇ ୧୩ ପରସ୍ତ ପୋଟଳ ନିର୍ମାଣ ଶେଷ ପରେ ଆଜି ପାରାଭାଡ଼ି ରେ ରଙ୍ଗ କାର୍ଯ୍ୟ ଶେଷ ପରେ ତିନିରଥ କୁ ପୋଟଳ ନଦା ଉଠିଅଛି । ଆସନ୍ତା କାଲି ତିନିରଥ ରେ ସମସ୍ତ ପୋଟଳ ସହ ପାରାଭାଡ଼ି ସଂଯୋଗ ହେବ । ଅନ୍ୟପଟେ ତିନିରଥର ରୂପକାର ସ୍ୱେକ ମାନେ ଅବଶିଷ୍ଠ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ସହ ଆଜି ତାଳଧ୍ୱଜ ରଥର ପଟାଗୁଜ ମାନଙ୍କରେ ସିଂହ ବିରାଳ,ଗଜବିରାଳ ଏବଂ ନର ବିରାଳ ରୂପ ଚିତ୍ର ଅଙ୍କନ ପରେ ରୂପ ଖିଦେଇ ଆରମ୍ଭ କରିଛନ୍ତି ।

ତିନିରଥର ୩୫ ଜଣ ଚିତ୍ରକାର ସ୍ୱେକ ତିନିରଥ ପାର୍ଶ୍ୱ ଦେବ ଦେବୀ ମୂର୍ତ୍ତି ଗୁଡିକରେ ରଙ୍ଗ ଚିତ୍ର ସହ, ତିନି ରଥର ନାଟ ଗୋଡ, ସିଂହାସନ,ଅଁଳା ଏବଂ ଓଲଟ ଶୁଆ ଏତ୍ୟାଦିର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି । ତିନିରଥର ଦରଜି ସ୍ୱେକ ମାନେ ତିନିରଥର ଦୁଆର ବେଢ଼ା ପାଇଁ କନା କଟିଂପରେ ଲେସ ଫିଟିଂ କାର୍ଯ୍ୟ କରୁଛନ୍ତି । ଦୋଳବେଦୀ ସ୍ତିତ ଅସ୍ଥାୟୀ କମାର ଶାଳରେ ଓଝା ସ୍ୱେକ ମାନେ ରଥରେ ବେଦି ପଟା ବାଡ଼ିଆ ପାଇଁ ତାଗ କଣ୍ଟା, ଘୋଡା ରିପେୟାର ପାଇଁ ‘ଘୋଡା ବାଗିଆ’ କଣ୍ଟା,ଚାନ୍ଦି କଣ୍ଟା ଏବଂ ଧୂଳି ଦଣ୍ଡା ପାଇଁ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking