38.1 C
Bhubaneswar
Friday, April 26, 2024
Homeଓଡିଶାତହସିଲଦାରଙ୍କୁ ଆକ୍ରମଣ: ୮ ଗିରଫ

ତହସିଲଦାରଙ୍କୁ ଆକ୍ରମଣ: ୮ ଗିରଫ

କାମାକ୍ଷାନଗର: ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ । ୨ଟି ଟ୍ରାକ୍ଟର,ଗୋଟିଏ ଜେସିବି ଜବତ କଲା କାମାକ୍ଷାନଗର ପୋଲିସ । ବାଲି ମାଫିଆଙ୍କ ମାଡରେ ତହସିଲଦାର ଓ କିରାଣୀ ଆହତ ହୋଇଥିଲେ । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗ୍ରାମ ନିକଟରେ ସରକାରି ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମୋରମ ଖୋଳା ଯାଇ ବେଆଇନ ଭାବେ ଚାଲାଣ କରାଯାଉଥିଲା । ମୋରମ ଚାଲାଣ କରି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଉଥିବାବେଳେ ଏପଟେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରଉଥିଲେ ସରକାର । ଫଳରେ ଏପରି ବେଆଇନ କାରବାର ସମ୍ପର୍କରେ ଖବର ପାଇ ପରଜଙ୍ଗ ତହସିଲଦାର ସିରିୟଲ ଶୁଭ୍ର ପଟେଲ ଆଜି ଅପରାହ୍ନରେ ଅଚାନକ ଚଢ଼ଉ କରିଥିଲେ ।
ଜେସିବି ମାଧ୍ୟମରେ ବେଆଇନ ଭାବେ ମୋରମ ଖୋଳି ଟ୍ରକ ଓ ଟ୍ରାକ୍ଟର ଯୋଗେ ବୋଝେଇ କରାଯାଉଥିଲା । ଏହାକୁ ତହସିଲଦାର ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ମାଫିଆମାନେ ତହସିଲଦାରଙ୍କୁ ମାଡ ମାରିବା ସହ ଭୟ ଦେଖାଇ ମୋବାଇଲରୁ ଫୋଟୋକୁ ଡିଲିଟ୍ କରାଇଥିଲେ । ଫଳରେ ନିଜ କାରକୁ ତହସିଲଦାର ପଳାଇ ଆସି ଖସିଯିବାକୁ ଉଦ୍ୟମ କରିବାବେଳେ ଏକ ଟ୍ରାକ୍ଟର ତାଙ୍କ ଉପରକୁ ଚଢାଇ ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ପ୍ରକାଶ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ତହସିଲଦାର । ଏପରିକି ପରଜଙ୍ଗ ତହସିଲର ରାଜସ୍ୱ ନିରୀକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ତହସିଲଦାରଙ୍କୁ ଉଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ପ୍ରାୟ ୮ରୁ ୧୦ ଜଣ ଏହି ଆକ୍ରମଣରେ ସାମିଲ ଥିବା ଜଣାପଡିଛି । ଏହି ଆକ୍ରମଣ କରି ମାଫିଆ ମାନେ ଜେସିବି ଓ ବ୍ୟବହୃତ ଗାଡି ସବୁକୁ ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଓ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କାମାକ୍ଷାନଗର ମେଡିକାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ତହସିଲଦାରଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ସହ ଆକ୍ରମଣ ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ସୂଚନା ପାଇଁ ଘଟଣା ସ୍ଥଳକୁ ପରଜଙ୍ଗ ଥାନା ପୁଲିସ ପହଞ୍ଚିଥିବା ବେଳେ ଗୋଟିଏ ଟ୍ରାକ୍ଟରକୁ ଜବତ କରିବା ସହ ତନାଘନା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking