32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦିଲ୍ଲା ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ମାନହାନି କେସ୍‌

ଦିଲ୍ଲା ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ମାନହାନି କେସ୍‌

ନୂଆଦିଲ୍ଲୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଗୁରୁବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାଏର କରିଛନ୍ତି । ଗତମାସରେ ସିସୋସିଆ ପିପିଇ କିଟ୍ କ୍ରୟକୁ ନେଇ ସରମାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ କରିଥିଲେ । ସିସୋଦିଆ କହିଥିଲେ, ସରମା ନିଜ ପତ୍ନୀଙ୍କ ସହ ସମ୍ପୃକ୍ତ କମ୍ପାନୀକୁ କଣ୍ଟ୍ରାକ୍ଟ ପ୍ରଦାନ କରିଥିଲେ ଏବଂ କମ୍ପାନୀକୁ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦେଇଥିଲେ ।

ତେବେ ସରମା ଦମ୍ପତି ଏହି ଅଭିଯୋଗକୁ ଅସ୍ୱୀକାର କରିସାରିଛନ୍ତି । ସିସୋଦିଆ କହିଥିଲେ, ବଜାରେ ପିପିଟି କିଟ୍ ମୂଲ୍ୟ ୬୦୦ ଟଙ୍କା ଥିବାବେଳେ ସରମା ପତ୍ନୀଙ୍କ ସହ ସମ୍ପୃକ୍ତ କମ୍ପାନୀକୁ ୯୯୦ ଟଙ୍କା ମୂଲ୍ୟରେ ଠିକା ଦେଇଥିଲେ । ଏହା ବ୍ୟତୀତ ସରମା ପୁତ୍ରଙ୍କ ପାଟର୍ନର୍‌ଙ୍କ କମ୍ପାନୀକୁ ମଧ୍ୟ ଠିକା ପ୍ରଦାନ କରିଥିଲେ । ସରମା କହିଛନ୍ତି, ପିପିଇ କିଟ୍ ପାଇଁ ତାଙ୍କ ପତ୍ନୀ କୌଣସି ବିଲ୍ ପ୍ରଦାନ କରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking