28.1 C
Bhubaneswar
Saturday, April 27, 2024
Homeମନୋରଞ୍ଜନଆନିମଲ’ରେ ନଜର ଆସିବେ ଏହି ଅଭିନେତ୍ରୀ

ଆନିମଲ’ରେ ନଜର ଆସିବେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ  : ଫିଲ୍ମ ‘ପୁଷ୍ପା’ରେ ରଶ୍ମିକା  ମନ୍ଦନାଙ୍କ ଅଭିନୟ ଦର୍ଶକ ଓ ସମୀକ୍ଷକ ମହଲରେ  ଖୁବ୍‌ ପ୍ରଶଂସିତ ହୋଇଥିଲା । ଶ୍ରୀବଲ୍ଲୀ ଚରିତ୍ର ଜରିଆରେ ରାତାରାତି ସେ  ପାଲଟିଗଲେ  ସେନ୍‌ସେସନ୍‌ ।  ତା’ପରେ ରଶ୍ମିକାଙ୍କ  ନିକଟକୁ ନୂଆ  ପ୍ରୋଜେକ୍ଟର ସୁଅ ଛୁଟିଲା । ସେ ମଧ୍ୟ ଏକାଧିକ ଦମ୍‌ଦାର ପ୍ରୋଜେକ୍ଟ ସାଇନ୍‌ କଲେ । ଆପଣ ହୁଏତ ଜାଣିନଥିବେ, ‘ପୁଷ୍ପା’ରେ  ଦମ୍‌ଦାର ପ୍ରଦର୍ଶନ ଲାଗି ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ  ‘ଆନିମଲ୍‌’ରେ ରଶ୍ମିକା କାମ  କରିବାର ସୁଯୋଗ ପାଇଛନ୍ତି ।

ଏ ବିଷୟରେ ରଶ୍ମିକା  କହନ୍ତି ‘ଫିଲ୍ମ ‘ପୁଷ୍ପା’ରେ  ମୋ ପ୍ରଦର୍ଶନ ଦେଖିବା  ପରେ ‘ଆନିମଲ୍‌’ର  ନିର୍ମାତା ମୋତେ ଫିଲ୍ମ ଅଫର୍‌ ଦେଲେ । ଦ୍ୱିତୀୟ  ଥର ଚିନ୍ତା ନ କରି ମୁଁ  ହଁ ଭରିଲି । ମୋର ପୂର୍ଣ୍ଣ  ବିଶ୍ୱାସ, ଏହି ଫିଲ୍ମରେ  ଦର୍ଶକ ମୋର ଏକ ନୂଆ  ଦିଗ ଉପଭୋଗ କରିବେ ।  ‘ପୁଷ୍ପା’ର ସଫଳତା ପରେ  ରଶ୍ମିକାଙ୍କ ହାତରେ ପ୍ରାୟ ସବୁ  ଇଣ୍ଡଷ୍ଟ୍ରିର ବିଗ୍‌ ବଜେଟ୍‌ ଫିଲ୍ମ  ରହିଛି । ‘ଗୁଡ୍‌ବାଏ’ ସହିତ ସେ  ‘ପୁଷ୍ପା-୨’ରେ ନଜର ଆସିବେ ।  ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ  ‘ମିଶନ୍‌ ମଞ୍ଜୁ’ରେ ମଧ୍ୟ ସେ ସ୍କ୍ରିନ୍‌ ଶେୟାର କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking