30.1 C
Bhubaneswar
Friday, April 26, 2024
Homeଓଡିଶାସମସ୍ୟାର ସମାଧାନ ନ ହେବାରୁ ରାସ୍ତାକୁ ଓହ୍ଲାଇଲେ ଛାତ୍ର ଛାତ୍ରୀ

ସମସ୍ୟାର ସମାଧାନ ନ ହେବାରୁ ରାସ୍ତାକୁ ଓହ୍ଲାଇଲେ ଛାତ୍ର ଛାତ୍ରୀ

ମୟୁରଭଞ୍ଜ: ଦିନକୁଦିନ ଆଦିବାସୀ ଛାତ୍ରାବାସରେ ବଢୁଛି ସମସ୍ୟା। କେତେବେଳେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟକୁନେଇ ତୋ ପୁଣି କେତେବେଳେ ହଷ୍ଟେଲ ବିଲ୍ଡିଂଗ ସାଙ୍ଗକୁ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗକୁନେଇ ବିବାଦ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ତେବେ ପୂର୍ବପରି ଗଣମାଧ୍ୟମର ହସ୍ତକ୍ଷେପକୁ ରୋକିବାକୁ ଉଦ୍ୟମ କରି ବିବାଦୀୟ ହେଉଛନ୍ତି ସରକାର ଏବଂ ପ୍ରଶାସନ ବୋଲି ମତପ୍ରକାଶ ପାଉଛି। ସରକାରୀ କାର୍ଯ୍ୟ ନିର୍ଘଣ୍ଟ ସମୟରେ ଗଣମାଧ୍ୟମକୁ ଅବାଧ ପ୍ରବେଶ ସୁଯୋଗ ଦିଆଗଲେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟ ପରାୟଣତା, ହଷ୍ଟେଲ ପରିଚାଳକଙ୍କ ସାଧୁତା,ଭିତ୍ତିଭୂମି ସମ୍ପର୍କିତ ସମସ୍ୟା, ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ସାଙ୍ଗକୁ ଖାଦ୍ୟର ମାନ, ସ୍କୁଲ ପରିବେଶ ବିକାଶ ସମ୍ବନ୍ଧିତ ଅନେକ ଘଟଣା ନଜରକୁ ଆସିବା ସହିତ ସମାଧାନ ଦିଗରେ ସରକାର ଏବଂ ପ୍ରଶାସନର ଦୃଷ୍ଟିକୁ ଆସନ୍ତା। ମାତ୍ର ପ୍ରତିବନ୍ଧକ ଲଗାଇ ସରକାର ଏବଂ ପ୍ରଶାସନ ବିଭିନ୍ନ ସମୟରେ ଅକଳିଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଏଭଳି ଅଭାବନୀୟ ଘଟଣା ଥମିବା ବଦଳରେ ବଢ଼ିବାରେ ଲାଗିଛି।

ଯାହା ହଷ୍ଟେଲ ଗୁଡିକର ପରିଚାଳନାରେ ବ୍ୟତିକ୍ରମ ନିଶ୍ଚିତ ରହୁଥିବା ସ୍ପଷ୍ଟ ସଂକେତ କରୁଛି। ତେବେ ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେଶଡିହା ସେବାଶ୍ରମରେ। ଛାତ୍ରଛାତ୍ରୀଙ୍କ ଦାବୀ ପୂରଣ ନ ହେବାରୁ ୮ କିମି ଦୂର ବିପଦପୂର୍ଣ୍ଣ ରାସ୍ତାରେ ବ୍ଲକ କାର୍ଯ୍ୟାଳୟକୁ ଚାଲି ଚାଲି ଆସୁଥିବା ସମୟରେ ଅଧାବାଟରୁ ବ୍ଲକ ପ୍ରଶାସନ ଓ ପୋଲିସ ପହଞ୍ଚି ବୁଝାସୁଝା କରି ପିଲାଙ୍କୁ ଫେରାଇ ନେଇଥିବା ଦେଖିବାକୁ ମିଳିଛି। ଘଟଣାଟି ଘଟିଛି, ଠାକୁରମୁଣ୍ଡା ବ୍ଲକର କେଶଡ଼ିହା ସେବାଶ୍ରମ ସ୍କୁଲ ରାସ୍ତାରେ। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବରପାଇ କରଞ୍ଜିଆ ଆଇଟିଡିଏ ପିଏ ଦେବଦତ୍ତ ମହାନ୍ତ, ଜିଲ୍ଲା ଅତିରିକ୍ତ ସମାଜମଙ୍ଗଳ ଅଧିକାରୀ ସୁନାରାମ ସିଂ ,ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ମହୁଲଡ଼ିହା ଓ ଠାକୁରମୁଣ୍ଡା ଥାନା ପୋଲିସ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ର/ଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକଙ୍କ ସହିତ ଦୀର୍ଘସମୟ ଆଲୋଚନା କରିଛନ୍ତି। ପ୍ରକାଶ ଥାଉ କି,ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କେଶଡ଼ିହା ଆଶ୍ରମ ସ୍କୁଲରେ ୧ମ ରୁ ୧୦ ମ ଶ୍ରେଣୀରେ ମୋଟ ୪୨୦ ଜଣ ପଢ଼ୁଥିବା ବେଳେ ସେଥିରୁ ୩୨୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ନ୍ତି।

ବିଦ୍ୟାଳୟରେ ପରିଚାଳନାଗତ ତ୍ରୁଟି ସହ ସରକାରୀ ଉଦାସୀନତାର ଅଭିଯୋଗ ନେଇ ଅଗଷ୍ଟ ମାସ ୩୧ ତାରିଖ ଦିନ ଛାତ୍ର-ଛାତ୍ରୀ ମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲାମାରି ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସି ରହିଥିଲେ।ସୂଚନା ପାଇ ବିଦ୍ୟାଳୟକୁ ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ , ଆଇଟିଡିଏର ପ୍ରତିନିଧି, ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ୧୫ ଦିନ ମଧ୍ୟରେ ଦାବୀ ଗୁଡିକର ସମାଧାନ କରାଯିବାକୁ ପ୍ରତିଶୃତି ଦେଇଥିଲେ। ମାତ୍ର ୧୫ ଦିନ ପରେ ସମାଧାନ ନ ହେବାରୁ ସମସ୍ୟା ଜର୍ଜରିତ ଛାତ୍ରଛାତ୍ରୀମାନେ ନିରୁପାୟ ହୋଇ ବ୍ଲକ କାର୍ଯ୍ୟାଳୟକୁ ପାଦରେ ଚାଲି ଚାଲି ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଲୋଚନାରେ ଦାବୀ ପୂରଣ କରାଯିବା ଦିଗରେ ପଦକ୍ଷପ ନେବା ଓ ପୁରୁଣା ହଷ୍ଟେଲ ରୁ ତୁରନ୍ତ ନିର୍ମାଣ ଶେଷ ହୋଇଥିବା ନୂତନ ହଷ୍ଟେଲକୁ ଛାତ୍ର/ଛାତ୍ରୀ ଙ୍କୁ ନେଇ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ସମସ୍ୟାର ସମାଧାନ ସହ ନୂତନ ହଷ୍ଟେଲରେ ପିଲାମାନଙ୍କୁ ନେଇ ରଖାଯିବ ବୋଲି ବ୍ଲକ ସମାଜ ମଙ୍ଗଳ ଅଧିକରୀ ସୁଶାନ୍ତ କୁମାର ସାହୁ କହିଥିବାର ଜଣାପଡ଼ିଛି। ତେବେ ପ୍ରଶ୍ନ ଉଠୁଛି ସୁବିଧା ଥାଇ ମଧ୍ୟ ଅସୁବିଧା ଭିତରେ ପିଲାଙ୍କୁ ରଖାଯାଇଥିଲା କାହିଁକି। ଯାହା ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ବହୀନତାକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଥିବା ବେଳେ ପ୍ରଶାସନ କେବେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking