31.1 C
Bhubaneswar
Tuesday, September 27, 2022
Homeଓଡିଶାହାତୀ ଉପଦ୍ରବ କ୍ଷୟକ୍ଷତିର ତୁରନ୍ତ କ୍ଷତିପୂରଣ ଦାବିରେ ୧୦ ବନବିଭାଗ କର୍ମଚାରୀଙ୍କୁ ଅଟକ 

ହାତୀ ଉପଦ୍ରବ କ୍ଷୟକ୍ଷତିର ତୁରନ୍ତ କ୍ଷତିପୂରଣ ଦାବିରେ ୧୦ ବନବିଭାଗ କର୍ମଚାରୀଙ୍କୁ ଅଟକ 

ମୟୁରଭଞ୍ଜ:  ହାତୀ ଘଉଡେଇବା, ହାତୀ ଉପଦ୍ରବ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ତୁରନ୍ତ କ୍ଷତିପୂରଣ ଦାବିକରି ୧୦ ବନବିଭାଗ କର୍ମଚାରୀଙ୍କୁ ଅଟକ। ଗତକାଲି ବିଳମ୍ବିତ ରାତିରୁ ଅଟକ ରଖିଛନ୍ତି ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମିବାର ନା ଧରୁନିହାତୀ ଉପଦ୍ରବ । ଯାହାଫଳରେ ଲୋକେ ଅତିଷ୍ଠ ହଇ ଆଜି ବିଳମ୍ବିତ ରାତିରୁ ଦରି ଫୋରେଷ୍ଟର ଫାଗୁରାମ ବେଶ୍ରା ଏବଂ ୧୦ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଅଟକ ରଖି ପ୍ରତିବାଦ କରୁଛନ୍ତି। ତାଙ୍କର ଦାବୀ ଏ ଅଞ୍ଚଳରୁ ହାତୀମାନଙ୍କୁ ତୁରନ୍ତ ଘଉଡେଇବା,ହାତୀ ଦ୍ବାରା ହଇଥିବା କ୍ଷୟକ୍ଷତିର କ୍ଷତିପୂରଣ ତୁରନ୍ତ ଯୋଗାଇବା ସହିତ ଦରି ଫୋରେଷ୍ଟରଙ୍କ ବଦଳି ଦାବି କରି ଅଟକ ରଖିଛନ୍ତି ପୁରୁଣା ଦେଓଗାଁ ଲୋକେ । ବର୍ତ୍ତମାନ ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୭ ଟିକିଆ ହାତୀପଲର ଉପଦ୍ରଵ ଜାରି ରହିଥିବା ବେଳେ ,ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମଧ୍ୟ ୩ ଟି ହାତୀର ଉପଦ୍ରଵ ଜାରି ରହିଛି।

ଯାହା ଦ୍ୱାରା ୫ ଟି ବ୍ଲକର ୧୦୦ ରୁ ଉର୍ଦ୍ଧ୍ବ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ସେହିପରି ଗତକାଲି ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବାର୍ହାପାଣପଶି ଗାଁରେ ହାତୀ ଘର ଭାଙ୍ଗିବା ଦ୍ବାରା କାନ୍ଥପଡି ଜଣେ ବୃଦ୍ଧ ଆହତ ହଇଥିବା ବନବିଭାଗ ପକ୍ଷରୁ ସୂଚନା । ତେବେ ବିଭିନ୍ନ ସମୟରେ ପୀଡିତ ପରିବାର କ୍ଷତିପୂରଣ ଅର୍ଥ ପାଇବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଚାପି ହୋଇ ରହିଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି ବୋଲି ଅନୁମାନ କରାଯାଉଛି। ସାମ୍ନାକୁ ଆସୁଥିବା ଏଭଳି ବ୍ୟତିକ୍ରମ ଆଗାମୀ ଦିନରେ ନ ହେବା ଦିଗରେ ବିଭାଗ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି। ସେହିଭଳି ଦାୟିତ୍ବ ପାଳନରେ ବିଫଳ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦିଗରେ ଗୁରୁତ୍ୱ ପ୍ରଦାନ କରିବାର ସମୟ ଆସିଛି ବୋଲି ଖୋଲାଖୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking