32.1 C
Bhubaneswar
Saturday, May 4, 2024
Homeଓଡିଶାସୋସିଆଲ ମିଡ଼ିଆ ୟୁଟୁବରୁ ହେଲା ଚିତ୍ରକଳାର ଗୁରୁ

ସୋସିଆଲ ମିଡ଼ିଆ ୟୁଟୁବରୁ ହେଲା ଚିତ୍ରକଳାର ଗୁରୁ

ଭଗବାନଙ୍କ ସୃଷ୍ଟି ପୃଥିବୀରେ ଜୀବମାନଙ୍କ ମଧ୍ୟରେ ମଣିଷକୁ ସର୍ବ ଶ୍ରେଷ୍ଠ ଜୀବ ବୋଲି କୁହାଯାଇଛି କ୍ଷ କାରଣ ମଣିଷ ନିଜର ବିବେକ ଓ ଜ୍ଞାନ କୌଶଳ ବଳରେ ପୃଥିବୀ ସହ ସମ୍ପୂର୍ଣ୍ଣ ସୌରଜଗତର ରହସ୍ୟକୁ ସମାଧାନ କରିପାରୁଛି । ଠିକ ସେହିପରି ଏକ ନିର୍ଜୀବ କାଠ ବା ପଥର ଖଣ୍ଡକୁ ଜୀବନ୍ତ ପ୍ରତିମାରେ ମଧ୍ୟ ରୂପାନ୍ତରିତ କରିପାରେ କ୍ଷ ଜଗନ୍ନାଥ ମଂଦିର ହେଉ ବା ସୂର‌୍ୟ୍ୟ ମନ୍ଦିର ସବୁଠାରେ ଆମେ ମଣିଷ ନିର୍ମିତ ସୁନ୍ଦର ସୁନ୍ଦର ଚିତ୍ର କଳାର ଉଦାହରଣ ଦେଖିପାରୁଛୁ । ଆଜି ଆମେ ଏହିପରି ଏକ ଚିତ୍ରଶିଳ୍ପୀକୁ ଦେଖିବାକୁ ଯାଉଛେ ଯିଏ, ବିନା ପ୍ରଶିକ୍ଷଣରେ ରଙ୍ଗ ତୁଳି ସାହାଯ୍ୟରେ ଆଙ୍କୁଛନ୍ତି ବିଭିନ୍ନ ଚିତ୍ର । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ପି.ଭି- ୭ ଗ୍ରାମର ଝିଅ ରେବା ବିଶ୍ୱାସ କ୍ଷ ପିଲାଟି ଦିନରୁ ରେବାର ହିଁ ଚିତ୍ର କରିବାର ଭାରି ସକ। ରେବା ପ୍ରଥମ ଶ୍ରେଣୀରେ ପଡୁଥିବା ବେଳେ ଚିତ୍ର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ପୁରସ୍କୃତ ମଧ୍ୟ ହୋଇଥିଲେ। ଚିତ୍ର ପ୍ରତି ରେବାର ଆଗ୍ରହ ଦେଖି ବାପା ତାଙ୍କୁ ଚିତ୍ରାଙ୍କନ ପ୍ରତି ପ୍ରାେତ୍ସାହିତ ମଧ୍ୟ କରୁଥିଲେ।ବର୍ତ୍ତମାନ ରେବା ବି.ଟେକ୍. ସିଭିଲ ଇଞ୍ଜିନିୟର ପାଠ ଶେଷ କରିଛନ୍ତି । ଲକ୍ ଡାଉନ ସମୟରେ ପାଠ ପଢା ବନ୍ଦ ଥିଲା। ଏହାକୁ ସୁଯୋଗରେ ପରିଣତ କରି ନିଜ ମୋବାଇଲରୁ ୟୁଟୁବରୁ ଚିତ୍ରକଳା ପ୍ରଶିକ୍ଷଣ କରୁଥିଲେ । ପ୍ରଶିକ୍ଷଣ ମଧ୍ୟରେ ହିଁ ରେବା ବିଭିନ୍ନ ଫିଲ୍ମଷ୍ଟାର,ଭଗବାନ ଚିତ୍ରଆଙ୍କି ଫେସବୁକ୍ ଓ ଇଷ୍ଟାଗ୍ରାମରେ ଛାଡୁଥିଲେ। ଦେଖୁ ଦେଖୁ ଜିଲ୍ଲାରେ ରେବା ପ୍ରଶଂସାର ପତ୍ର ହେବା ସହ କିଛି ବ୍ୟକ୍ତି ଅଡର ଦେଇ ନିଜ ଛବି ମଧ୍ୟ ଅଙ୍କେଇ ନେଉଛନ୍ତି । ଜିଲ୍ଲାରେ ଚିତ୍ରକଳା ପ୍ରଶିକ୍ଷଣ ନେବା ପାଇଁ ସରକାରି କିମ୍ବା ବେସରକାରି ସ୍ତରରେ କୌଣସି ସୁବିଧା ନାହିଁ କ୍ଷ ଯେଉ କାରଣରୁ ଆଗ୍ରହୀ ଯୁବକ ଯୁବତୀ ଚିତ୍ରକଳ ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ମାଲକାନଗିରି ଭଳି ଏକ ଅନଗ୍ରସର ପଛୁଆ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଚାରୁକଳା ବିଦ୍ୟାଳୟ ସ୍ଥାପନା କଲେ ଶିକ୍ଷିତ ଯୁବକ ଯୁବତୀମାନେ ଚିତ୍ରକଳାକୁ ରୋଜଗାରର ମାଧ୍ୟମ ଭାବେ ଆପଣେଇ ଜୀବୀକା ନିର୍ବାହରେ ଉଜ୍ବଳ ଭବିଷ୍ୟତ ଗଠନ କରିପାରିଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking