27.1 C
Bhubaneswar
Thursday, April 25, 2024
Homeଓଡିଶାବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

କେନ୍ଦୁଝର :କେନ୍ଦୁଝର ପ୍ରୟାସ ପରିସରରେ ସଦଭାବନା, ସକ୍ଷମ ଓ ସେବା ଫାଉଣ୍ଡସନର ମିଳିତ ଆନୁକୁଲ୍ୟ ରେ ‘ବିଶ୍ଵ ଭିନ୍ନକ୍ଷମ ଦିବସ’ ପାଳିତ ହୋଇଯାଇଛି । ଏହି ଅବସର ରେ ଦିବ୍ୟଙ୍ଗ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଯଥା- ନୃତ୍ୟ, ଚିତ୍ରାଙ୍କନ, ବେଲୁନ ଫୁଟା, ସ୍ପଟ ବଲ ଥ୍ରୋ ଆଦି କରଯାଇଥିଲା । ଅଂଶ ଗ୍ରହଣ କରିଥିବା ସମସ୍ତ ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ କରଯାଇଥିଲା । ଏହି କାର୍ଯ୍ୟାଳୟରେ ଅତିଥି ଭାବେ ଅମିୟ ସାମନ୍ତରା (ଅଧ୍ୟାପକ ସନ୍ତୋଷୀ ମା ରିଜିଓନାଲ କଲେଜ ,କେନ୍ଦୁଝର ), ସାମାଜିକ କର୍ମୀ ଭକ୍ତ ବତ୍ସଳ ମହାନ୍ତି, ବିଜୟ ବାରିକ ,ମାନସ ରଞ୍ଜନ ମିଶ୍ର (ସମ୍ପାଦକ ସ୍ଵସ୍ତି ଫାଉଣ୍ଡସନ) ଓ ଶ୍ରୀମତୀ ଶକୁନ୍ତଳା ମହାନ୍ତ ଯୋଗ ଦେଇଥିଲେ । ଏହି ଶିଶୁ ମାନେ କିପରି ସରକାରୀ ସୁବିଧା ସୁଯୋଗ ପାଇବେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ମଣିଷ ପରି ମଣିଷ ଟିଏ ହେବେ ସେ ଉପରେ ଆଲୋକ ପାତ କରିଥିଲେ । ପରିଶେଷରେ ଅମିୟ କୁମାର ସାମନ୍ତରା ଓ ବିଜୟ କୁମାର ବାରିକ ଭିନ୍ନକ୍ଷମ ହୋଇ ମଧ୍ୟ ସମଜରେ ନିଜକୁ ପ୍ରତିପାଦିତ କରି ପରିଥିବାରୁ ତାଙ୍କୁ ଏହି ଊତ୍ସବ ରେ ସମ୍ମାନିତ କରଯାଇଥିଲା । ଏହି ସମସ୍ତ କାର‌୍ୟ୍ୟକ୍ରମ କୁ ସଦଭାବନା କର୍ମୀ ମାନେ ପରିଚାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking