26.1 C
Bhubaneswar
Tuesday, May 7, 2024
HomeUncategorizedକରୋନାରକରାଳକାଳବଳୟ ପରର ପୃଥିବୀ : ମାୟାଧର ନାୟକ

କରୋନାରକରାଳକାଳବଳୟ ପରର ପୃଥିବୀ : ମାୟାଧର ନାୟକ

 
କରୋନାରକରାଳକାଳବଳୟରେସମଗ୍ରବିଶ୍ୱ ଆଜିଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁଲାଗିଛି – ସବୁଠି ନିଆଁଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠିମଣିଷମନରେ ନିଆଁଲାଗିଛି – ନିଆଁଲାଗିଛି ପ୍ରବଂଚିତଜନତାରସଂଚିତସ୍ୱପ୍ନରେ!ସବୁଦେଶର ଦିଗନ୍ତରେଘନିଭୂତ ଅନ୍ଧକାରରାତ୍ରୀ । ଯେଉଁଠିଚାହିଁଲେବିକେବଳ ଗଦା ଗଦା ନୈରାଶ୍ୟ, ଆତଙ୍କର ଅପଛାୟା, ସ୍ୱପ୍ନଭଙ୍ଗରକରୁଣକ୍ରନ୍ଦନ । ହଠାତ୍ ଏକ ଅଦୃଶ୍ୟଭୂତାଣୁର ଆକ୍ରମଣରେସମଗ୍ରବିଶ୍ୱରେକୋକୁଆଭୟ ଦେଖାଦେଇଛି । ଏହିଭୂତାଣୁକୁରୋକିବା ପାଇଁକୌଣସି ଦେଶ ଏପର୍ଯ୍ୟନ୍ତ ସକ୍ଷମହୋଇପାରିନାହାଁନ୍ତି । କରୋନାରକରାଳକାଳବଳୟରେ ଏ ବିଶ୍ୱ ପ୍ରତିଦିନ ଧ୍ୱଂସ ଆଡକୁଗତିକରୁଛି । ସମଗ୍ରଜୀବଜଗତଭବିଷ୍ୟତରେକିଭଳିକ୍ଷତିଗ୍ରସ୍ତହେବାକୁ ଯାଉଛନ୍ତିତାହାଏବେଠୁକଳନାକରିବାକଷ୍ଟକର ।
ସତ କଥା ଲେଖିବାକୁଗଲେ – କେବଳଭୟ, କଷ୍ଟ, ମୃତ୍ୟୁଛଡା ଆଉକିଛି ଦେଖାଯାଉନି । ଏଭଳି ଏକ କାଳଖଣ୍ଡରେ ଆମେ ପହଂଚିଯାଇଛେ – ସତେଯେମିତିକଳିକାଳ ପରେମହାକଳିକାଳମାଡିଆସିଛି । ଆମେସବୁକଳିଯୁଗରମଣିଷ । ସତ୍ୟ, ତ୍ରେତୟା, ଦ୍ୱାପର ଯୁଗର କଥା ଶୁଣିଆସୁଛେ । ଏ ତିନିଯୁଗ ପରେକଳିଯୁଗରେ କ’ଣ କ’ଣସବୁଘଟିବ, ସେସବୁ କଥା ମହାପୁରୁଷମାନେ କହିଯାଇଛନ୍ତି । ସେହିମହାପୁରୁଷମାନଙ୍କବାଣୀ ଆମେଶୁଣି ମଧ୍ୟ ଅଶୁଣା ଥିଲୁ । ଏବେକରୋନା ଆମକୁବାଧ୍ୟ କରୁଛିଶୁଣିବାକୁ, ଭୋଗିବାକୁ ।
କଥାରେ ଅଛି – ସମ୍ପଦ ଯେତେବେଳେ ଆସେସାଙ୍ଗସାଥୀ ନେଇ ଆସେ – ସେଇଭଳିବିପଦ ମଧ୍ୟ ଆସେ । ଏବେକରୋନାମହାମାରୀବେଳେବାତ୍ୟା, ମହାବାତ୍ୟା, ଖାଦ୍ୟାଭାବ, ପଙ୍ଗପାଳ ଆକ୍ରମଣସବୁଏକାସାଙ୍ଗରେମାଡିଆସୁଛି । ଏବେକେତେକବୈଜ୍ଞାନିକକହୁଛନ୍ତିକରୋନାସହିତ ଅନ୍ୟ ଅଦୃଶ୍ୟଭୂତାଣୁମାନେ ମାଡିଆସିବେ । ସମଗ୍ରବିଶ୍ୱରେ ଅଶିକୋଟିରୁ ଅଧିକମଣିଷଲୋପ ପାଇବେ! ଏ ତ ଭବିଷ୍ୟତବାଣୀ – ଅଶିକୋଟିକି ଆହୁରିବେଶିଏବେଠୁକିଛିକହିହେବନି । ରୋଗକେବଳଜୀବନ ନେବନି – ତା’ଠାରୁବେଶିଭୋକରେମରିବେ । ଭୟଙ୍କର ଦୁର୍ଭିକ୍ଷମାଡିଆସିବ । କିଛି ଅବିବେକି ଦେଶ ଯଦି ଯୁଦ୍ଧରେମାତିଯାଆନ୍ତି – ତା’ହେଲେରୋଗ ଓ ଭୋଗକବଳରେ ଆଉଟୁପାଉଟୁହେଉଥିବାମଣିଷ ଓ ସୈନ୍ୟ ଯୁଦ୍ଧରେ ମଧ୍ୟ ମୃତ୍ୟୁବରଣକରିବେ । ଏ ପୃଥିବୀବହୁଳାଂଶରେଜନମାନବଶୂନ୍ୟହୋଇଯିବ?
ସମ୍ପ୍ରତିକରୋନାରକରାଳକାଳବଳୟମଧ୍ୟରେସବୁଠାରୁବେଶି ପ୍ରୟୋଜନ ଖାଦ୍ୟ । ଭୂତାଣୁ ନାଶ ପାଇଁବିଶ୍ୱରେ ଏପର୍ଯ୍ୟନ୍ତ କୌଣସିମେଡିସିନ୍ ଉଦ୍‌ଭାବନ ହୋଇପାରିନି । ହୁଏତମେଡିସିନ୍ ଉଦ୍‌ଭାବନ ହେଲାବେଳକୁକରୋନାତା’ରରୂପ ବଦଳାଇ ଅନ୍ୟ ସହସ୍ରଭୂତାଣୁଜନ୍ମନେଇସାରିଥିବ । ସମଗ୍ରବିଶ୍ୱବାସୀ ଏ ଭୟଙ୍କରମହାମାରୀବିରୁଦ୍ଧରେଲଢୁଥିବାବେଳେ ପ୍ରାୟତଃସବୁଦେଶର ଅର୍ଥନୀତି ଧ୍ୱଂସମୁଖୀ । ସବୁଦେଶରେ ଅର୍ଥନୀତିକୁବଂଚେଇରଖିବା ପାଇଁ ନାନାପ୍ରକାରକୌଶଳ ଅବଲମ୍ବନ କରାଯାଉଛି । ସବୁକୌଶଳକାମ ଦେଉନି । ଅର୍ଥନୀତିସହିତଜଡିତ ଥିବାମଣିଷଛିନ୍‌ଛତ୍ରହୋଇଯାଇଛି । ଯିଏଯେଉଁଠିଜୀବନଜୀବିକା ପାଇଁ ପଡିରହିଥିଲେ, ସେମାନେ ଆପଣାଘରକୁବାହୁଡି ଆସୁଛନ୍ତି । ଏହାଦ୍ୱାରା ଏକ ଭୟଙ୍କର ଅର୍ଥନୈତିକସଂକଟ ଦେଖାଦେଲାଣି । ସେମାନେ ଯେଉଁଯେଉଁକଳକାରାଖାନା ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେକର୍ମରତ ଥିଲେସେମାନଙ୍କ ଅନୁପସ୍ଥିତସେସବୁ ଅନୁଷ୍ଠାନରେ ଅଚଳାବସ୍ଥାସୃଷ୍ଟିକରିଛି । ପୁନଃଶ୍ଚ ସେମାନେ ଭିଟାମାଟିକୁଫେରିଆସିଥିବାରୁଭୀଷଣଖାଦ୍ୟାଭାବ ଓ ନିଯୁକ୍ତିରସାମ୍ନାକରୁଛନ୍ତି । ଉତ୍ପାଦନ କ୍ଷେତ୍ରଭୀଷଣବାଧାପ୍ରାପ୍ତ । ଅଦୂରଭବିଷ୍ୟତରେ ଅର୍ଥନୀତିଭୟଙ୍କରକ୍ଷତିଗ୍ରସ୍ତହେବାକୁ ଯାଉଛି । ଯେଉଁ ଦେଶରଶାସକମାନେ ଯେତେବାହାସ୍ଫୋଟମାରନ୍ତୁନାକାହିଁକି, ସେମାନଙ୍କରମୁଣ୍ଡକାମକରୁନଥିବାରୁସଠିକ୍ ନିଷ୍ପତିନେଇପାରୁନାହାଁନ୍ତି । ଯାହାଫଳରେଗଚ୍ଛିତ ଥିବା ଧନ, ସମ୍ପଦ, ଖାଦ୍ୟ ସରିସରି ଆସୁଛି । ସମୟ ଆସୁଛିସରକାରମାନେ ହାତଟେକିଦେବେ । ସେତେବେଳେକିଏକାହାକୁରକ୍ଷାକରିବ? ଅର୍ଥନୀତି ପରେରାଜନୀତି, ସମାଜନୀତି, ସଂସ୍କୃତିସବୁ ଯାହାଚାଲିଥିଲା, ଆଉସେଭଳିଚାଲିପାରିବନାହିଁ ।
ବର୍ତମାନ ମହାମାରୀକରୋନାଭୂତାଣୁକୁରୋକିବାକୁସମଗ୍ରବିଶ୍ୱରେକୌଣସି ନିଦାନ ବାହାରିନଥିବାରୁ ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାବଢିବାରେଲାଗିଛି । ସାରା ପୃଥିବୀରେବିଭିନ୍ନ ଦେଶରେଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସଂଗରୋଧ, ମାସ୍କ ପ୍ରଭୃତିବ୍ୟବହାର ଓ ଚିକିତ୍ସା ପାଇଁକିଛିକିଛିଔଷଧ ବ୍ୟବହାରକରାଯାଉଛି । ଆମଭାରତସରକାର, ରାଜ୍ୟସରକାର ପ୍ରତିଦିନ ଭଗବାନଙ୍କୁଡାକୁଛନ୍ତି । ଲକ୍‌ଡାଉନ୍ ଆରମ୍ଭ ହେବା ଦିନଠୁ ଆଜି ପର୍ଯ୍ୟନ୍ତ କେବଳ ଆମ ଦେଶ ନୁହେଁ, ବିଶ୍ୱରେବିଭିନ୍ନ ଦେଶର ଅର୍ଥନୈତିକବ୍ୟବସ୍ଥା ଧ୍ୱଂସ ଆଡକୁଗତିକରୁଛି । ସାରାବିଶ୍ୱକୁଏଭଳିବିପଦ କେବେ ଦେଖାଦେଇନଥିଲା । ପ୍ରତ୍ୟେକବିପଦକୁମୁକାବିଲାକରିବାପାଇଁକିଛି ନା କିଛିଉପାୟ ନିଶ୍ଚୟ ଅଛି । କିନ୍ତୁକରୋନାମହାମାରୀକୁରୋକିବାପାଇଁକେବଳଲକ୍‌ଡାଉନ୍‌ସମ୍ଭବ ନୁହେଁ । ଏ ଅଦୃଶ୍ୟଭୂତାଣୁବିରୁଦ୍ଧରେସମସ୍ତେମହାଯୁଦ୍ଧ ଘୋଷଣାକରିଛନ୍ତି । ଯୁଦ୍ଧରେଶତ୍ରୁ ଅଦୃଶ୍ୟ । ବର୍ତମାନ ସାରା ପୃଥିବୀରେ ଯାହାକିଛିଚାଲିଛିସବୁ ଦେଶ ଓ ରାଜ୍ୟରଶାସକମାନେ ହିଁତାଙ୍କବୁଦ୍ଧି ଅନୁସାରେକାର୍ଯ୍ୟକରୁଛନ୍ତି । କରୋନାରକରାଳକୁରୋକିବାକୁହେଲେଚିକିତ୍ସାବିଜ୍ଞାନର ପରିକ୍ଷିତ ଅଭିଜ୍ଞମାନଙ୍କ ପରାମର୍ଶ ଅନୁଯାୟୀମୁକାବିଲାର ପଦ୍ଧତି ନିର୍ଦ୍ଧାରଣକରିବାଏକାନ୍ତ ଆବଶ୍ୟକ । କିନ୍ତୁବହୁଳାଂଶ ଅହଂକାରୀଶାସକମାନେ ଅନ୍ୟଠାରୁଉପଦେଶ ନେବାପାଇଁ ଅକ୍ଷମ । ଯାହାଫଳରେଦିନ ଯେତେବଢୁଛି, ବିପଦ ସେତେବଢୁଛି ।
ବିଭିନ୍ନ ଦେଶର ଅର୍ଥନୀତିବିତ୍‌, ବିଜ୍ଞଜନ, ବୈଜ୍ଞାନିକମାନେ ସତର୍କକରିଦେଲେଣି ଯେ – କରୋନାଭୂତାଣୁଠାରୁଲକ୍‌ଡାଉନ୍ ଅତ୍ୟନ୍ତ ଭୟାନକ । ୧୯୨୯ ମହାମାନ୍ଦାବସ୍ଥାକୁ ୨୦୨୦ ମାନ୍ଦାବସ୍ଥାବହୁଗୁଣରେବଢିଯିବ । ୨୦୨୧-୨୨ ବେଳକୁ ଏ ଧରାରୁକିଛିଲୋକବିଦାୟନେଇଯାଇଥିବେ । ଘୋର ଆର୍ଥିକସଂକଟରେକୋଟିକୋଟିଲୋକ ସମ୍ମୁଖୀନ ହେବେ । ଦୁର୍ଭିକ୍ଷ ପରିସ୍ଥିତିସୃଷ୍ଟିହେବ । ରୋଗ ଆଉଭୋକରେଲୋକେ ଛଟପଟ ହେବେ । ଲୋକେମାଳମାଳହୋଇମୃତ୍ୟୁବରଣକରିବେ ।
କରୋନାରକରାଳକାଳବଳୟ ପରର ପୃଥିବୀରେଯେଉଁଇତିହାସଲେଖାଯିବ – ତାହାବିଶ୍ୱଇତିହାସରମାଳମାଳ ପୃଷ୍ଠାରେଭର୍ତିହୋଇଯାଇଥିବ । ନ’ଙ୍କ ଦୁର୍ଭିକ୍ଷବେଳରଇତିହାସଲେଖିବା ପାଇଁଏତେଲେଖକ ନଥିଲେ । ଏବେଗଣ୍ଡାଗଣ୍ଡାଲେଖକ ପଣ୍ଡିତ ଅଛନ୍ତି । ଭିନ୍ନଭିନ୍ନକଲମରୁ ନାନାପ୍ରକାରଲେଖାରେଇତିହାସବଖାଣିବଭୟଙ୍କରମହାମାରୀକାହାଣୀ । ଆଜିଯେଉଁମାନେ ବାହାଦୁରି ଦେଖାଉଛନ୍ତି, ହୁଏତକାଲିସେମାନେ ଇତିହାସର ଅଳିଆଗଦାରେ ପଡିଥିବେ । ଇତିହାସବଡ ନିଷ୍ଠୁର । ସେକାହାକୁକ୍ଷମା ଦିଏନି । ରକ୍ତରସମୁଦ୍ର ମଧ୍ୟରେସତ୍ୟକୁହତ୍ୟାକରାଯାଇପାରେନା ।
ତା’ହେଲେସତେ କ’ଣ ଏ ଜୀବଜଗତଜଡଜଗତରେଲୀନ ହୋଇଯିବ? ନା – ମଣିଷବଂଚିବ । ଏଇ ବିଶ୍ୱର ପାଖାପାଖି ଆଠଶହକୋଟିମଣିଷଙ୍କଭିତରୁହୁଏତ ଅଧାଅଧି ଲୋପ ପାଇଯାଇପାରେ । କିନ୍ତୁଯେଉଁମାନେ ବଂଚିବେ, ସେମାନେ ଏ ମହାବିପଦରୁଉତୀର୍ଣ୍ଣହୋଇସବୁ ଦୁର୍ଗୁଣଛାଡିବାକୁବାଧ୍ୟ ହେବେ । ହୁଏତସେତେବେଳକୁମହାକଳିକାଳଶେଷହୋଇ ପୁନଃଶ୍ଚ ସତ୍ୟ ଯୁଗ ଆରମ୍ଭ ହୋଇଯାଇଥିବ । ଏ ବିପଦ ସମୟରେ କଷ୍ଟ ଆଉମୃତ୍ୟୁକୁ ଆମେଭୟକରିବାନି । ଯାହାହେବାର ଥିବହେବ । ମୃତ୍ୟୁ ପୂର୍ବରୁ ଆମେଶହେଥର ମରିବାକାହିଁକି?ବେଳ ଆସିଯାଇଛି ଆମରଯେତେସବୁ ଦୁର୍ଗୁଣକୁଛାଡିସୁଗୁଣ ଆଦରିନେବା, ତା’ହେଲେ ଆମେହେବାଜଗତଜିତା ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking