26.1 C
Bhubaneswar
Friday, May 10, 2024
Homeଓଡିଶାଗାଁରେ ପହଞ୍ଚିଲେ ୟୁକ୍ରେନ୍‌ରେ ଫସିଥିବା ଛାତ୍ର

ଗାଁରେ ପହଞ୍ଚିଲେ ୟୁକ୍ରେନ୍‌ରେ ଫସିଥିବା ଛାତ୍ର

ଗଞ୍ଜାମ : ୟୁକ୍ରେନ୍‌ରେ ଫସି ରହିଥିବା ବୁଗୁଡା ବ୍ଲକ ଆଦିପୁର ଗ୍ରାମର ସ୍ୱର୍ଗତ ରାଧା ଗୋବିନ୍ଦ ସାହୁ ଓ କୁନି ସାହୁଙ୍କ ସାନ ପୁଅ ଶିବ ପ୍ରସାଦ ସାହୁ(୨୨) ଆଜି ନିଜ ଗ୍ରାମକୁ ଫେରିଛନ୍ତି ।  ସେ ମେଡିକାଲ ପାଠ ପଢିବା ପାଇଁ ୨୦୧୯ ଡିସେମ୍ବରରେ ଯୁକ୍ରେନ୍ ଯାଇଥିଲେ । କୋଭିଡ ଯୋଗୁଁ ଗାଁକୁ ଫେରି ପୁଣି କରୋନା ଥମିବା ପରେ ୨୦୨୦ ସେପ୍ଟେମ୍ବର ମାସରେ ଯୁକ୍ରେନ୍ ଯାଇଥିଲେ । ଯୁକ୍ରେନର ଖାରଖିବ ନେସନାଲ୍ ମେଡିକାଲ ଯୁନିଭର୍ସିଟିରେ ଦ୍ୱିତୀୟ ବର୍ଷ ମେଡିକାଲ ଛାତ୍ର ଭାବେ ଅଧ୍ୟୟନରତ ଥିଲେ । ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଆରମ୍ଭ ହେବାରୁ ଫେବୃଆରୀ ୨୩ ତାରିଖ ରାତି ୧୧ଟାରେ ବସରେ କ୍ୱିଭ୍ ଅଞ୍ଚଳକୁ ଯାଉଥିଲେ ।

୨୪ ତାରିଖ ସକାଳେ କ୍ୱିଭ୍ ଏୟାରପୋର୍ଟରେ ମିଶାଇଲ ମାଡ଼ ହେବାରୁ କ୍ୱିଭର ଏକ ହଷ୍ଟେଲରେ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ରହିଥିଲେ ଶିବ । ବାରମ୍ବାର ମିଶାଇଲ୍ ମାଡ଼ ହେଉଥିବାରୁ ହଷ୍ଟେଲ ତଳେ ଥିବା ବଙ୍କର ଭିତରେ ହିଁ ଶିବଙ୍କୁ ଦିନ ରାତି କାଟିବାକୁ ପଡୁଥିଲା । ମେସ୍ ବନ୍ଦ ହୋଇ ଯାଇଥିବାରୁ ଖାଇବାକୁ ମିଳୁନଥିଲା । କେବଳ ସକାଳ ସମୟରେ କିଛି ଘଣ୍ଟା ପାଇଁ ଗ୍ରୋସରୀ ଦୋକାନ ଖୋଲୁଥିଲା । ଫଳରେ ସେଠାରେ ଲାଇନ୍ ଲଗାଇ ବିସ୍କୁଟ ଆଣି ଭାଗ ବାଣ୍ଟି ଖାଉଥିଲେ । ଦୁଇ ତିନି ଦିନ ପରେ କର୍ଫ୍ୟୁ ଲାଗିବାରୁ ବିସ୍କୁଟ ମଧ୍ୟ ମିଳିଲାନି । ଭୋକ ଉପାସରେ ଦୁଇ ଦିନ ରହିଥିବା ଶିବ ପ୍ରକାଶ କରିଛନ୍ତି । ଏପରିକି ପିଇବା ପାଣି ମଧ୍ୟ ତାଙ୍କୁ ମିଳିନଥିଲା । ବୋର୍ଡରକୁ ଯିବା ପାଇଁ କ୍ୱିଭ୍ ପ୍ରଶାସନକୁ ବହୁ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ସହଯୋଗ କରିନଥିଲା ।

ଯୁଦ୍ଧ ଭିତରେ ନିଜ ଜୀବନକୁ ବାଜି ଲଗାଇ ହାଡ଼ଭଙ୍ଗା ଶୀତରେ ମାର୍ଚ୍ଚ ୩ ତାରିଖ ସକାଳ ୭ଟାରେ ବାହାରି ଦୀର୍ଘ ୯ କିଲୋମିଟର ବାଟ ଚାଲିଚାଲି କ୍ୱିଭ୍ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ ଶିବ । କିଛି ଖାଇ ନଥିବା ବେଳେ ଏତେ ବାଟ ଚାଲିବା ଫଳରେ ତାଙ୍କ ସହ ଯାଉଥିବା କିଛି ଛାତ୍ରୀ ବେହୋସ୍ ହୋଇ ଯାଇଥିବା ଶିବ କହିଛନ୍ତି । ଷ୍ଟେସନରୁ ରେଳ ଯୋଗେ ପ୍ରଥମେ ପଭେଲ୍ ଏବଂ ତା’ପରେ ସେ ଲଭିଭରେ ପହଞ୍ଚିଲେ । ସେଠାରୁ ବସ ଯୋଗେ ୟୁଜରଡ଼ ଏବଂ ପରେ ଚପ୍ ରେଲୱେ ଷ୍ଟେସନରେ ଶିବ ପହଞ୍ôଚବାରେ ସଫଳ ହୋଇଥିଲେ । ଷ୍ଟେସନରେ ଭିଡ଼ ଥିବାରୁ ୧୨ ଘଣ୍ଟା କାଳ ଠିଆ ହୋଇ ରହିବାକୁ ପଡିଥିଲା । ସେଠାରୁ ହଙ୍ଗେରି ବୋର୍ଡରରେ ପହଞ୍ଚିବା ପରେ ଭାରତୀୟ ଏମ୍ବାସି ତରଫରୁ ତାଙ୍କୁ ସାହାଯ୍ୟ ମିଳିଥିଲା । ଏମ୍ବାସି ତରଫରୁ ହୋଟେଲରେ ରହଣି ସହ ଖାଇବା ପିଇବା ବ୍ୟବସ୍ଥା ହୋଇଥିଲା । ସେଠାରେ ୨ ଦିନ ରହିବା ପରେ ଭାରତ ସରକାରଙ୍କ ସହଯୋଗରେ ୫ ତାରିଖ ରାତିରେ ଇଣ୍ଡିଗୋ ବିମାନରେ ଆସି ୬ ତାରିଖ ସକାଳେ ଦିଲ୍ଲୀରେ ପହଞ୍ôଚଥିଲେ । ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ଆସି ଆଜି ଶିବ ନିଜ ଗ୍ରାମରେ ପହଞ୍ôଚଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking