33.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରଣବ ମୁଖାର୍ଜୀ, ସ୍ୱାମୀ ଅଗ୍ନିବେଶ ଓ ସୌମ୍ୟବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ଆର୍ଯ୍ୟ ସମାଜ,...

ପ୍ରଣବ ମୁଖାର୍ଜୀ, ସ୍ୱାମୀ ଅଗ୍ନିବେଶ ଓ ସୌମ୍ୟବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ଆର୍ଯ୍ୟ ସମାଜ, ଓଡିଶା ପକ୍ଷରୁ ଯଜ୍ଞ ଓ ପ୍ରାର୍ଥନା

ଭୁବନେଶ୍ୱର  – ଭାରତରତ୍ନ ପ୍ରଣବ ମୁଖାର୍ଜୀ, ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ ଓ
ସମ୍ବାଦର ଅଧ୍ୟକ୍ଷ, ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ପୂର୍ବାହ୍ନରେ
ଆର୍ଯ୍ୟ ସମାଜ, ଓଡିଶା ପକ୍ଷରୁ ଏକ ବୈଦିକ ଯଜ୍ଞ ଆର୍ଯ୍ୟ ଭବନ ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟ
କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।
ଯଜ୍ଞ ପରେ ଜୁମ୍ ଭିଡିଓ ଯୋଗେ ଏକ ପ୍ରାର୍ଥନା କାର୍ଯ୍ୟକ୍ରମ ହିନ୍ଦୁ ରାଷ୍ଟ୍ର ସଂଘ ଅଧ୍ୟକ୍ଷ ଡଃ ବଦ୍ରୀନାଥ
ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର
କୁମାର ପଣ୍ଡା ପରମାତ୍ମାଙ୍କ ଉଦ୍ଦେଶ୍ୟରେ ବେଦ ମନ୍ତ୍ର ପାଠ କରିଥିଲେ ।

ମହାବୋଧି ସମିତିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପୂର୍ବତନ ରାଷ୍ଟ୍ରପତି ପ୍ରଣମ ମୁଖାଜୀ, ସ୍ୱାମୀ ଅଗ୍ନିବେଶ ଓ ଆମ ସମସ୍ତଙ୍କର
ପ୍ରିୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାମୀ
ଜଗନ୍ନାଥାନନ୍ଦ ସରସ୍ୱତୀ, ଡଃ ବିମଳେନ୍ଦୁ ମହାନ୍ତି, ଡଃ ଯୁଧିଷ୍ଠିର ଖଟୁଆ, ଯୁବ ଆର୍ଯ୍ୟ ସମାଜର ସଭାପତି
ପ୍ରବୀର ଆର୍ଯ୍ୟ, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ଶ୍ରୀମତୀ ତନୁଜା ରଥ, ହେଲ୍‌ପମେଟ୍‌ର ସଂପାଦିକା
ଶ୍ରୀମତୀ ନିବେଦିତା ଭଞ୍ଜ, ସୁଖଧାମ ବୃଦ୍ଧାଶ୍ରମର ଅଧ୍ୟକ୍ଷା ଦେବଜାନୀ ରାଉତରାୟ, ପ୍ରଫେସର ବୁଦ୍ଧଦେବ
ମିଶ୍ର, ଇଂ. ବିବେକାନନ୍ଦ ପାତ୍ର, ଡଃ ନିବେଦିତା ପଟ୍ଟନାୟକ, ସୀତାବଲ୍ଲଭ ମହାପାତ୍ର, ଶ୍ରୀମତୀ ମିତ୍ରା ରାୟ,
ଡଃ ଗାୟତ୍ରୀ ମିଶ୍ର ପ୍ରମୁଖ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଶେଷରେ ମହାତ୍ମା ଗାନ୍ଧୀ
ଅହିଂସା ଐତିହ୍ୟ ଟ୍ରଷ୍ଟର ଟ୍ରଷ୍ଟି ପ୍ରଜ୍ଞାନରାଜ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking