28.1 C
Bhubaneswar
Friday, March 29, 2024
Homeଓଡିଶାକୋରନା ପୋଜେଟିଭ ଚିହ୍ନଟ ପରେ ଗ୍ରାମବାସୀଙ୍କୁ ବାସନ୍ଦ ଅଭିଯୋଗରେ ରାସ୍ତା ଅବରୋଧ

କୋରନା ପୋଜେଟିଭ ଚିହ୍ନଟ ପରେ ଗ୍ରାମବାସୀଙ୍କୁ ବାସନ୍ଦ ଅଭିଯୋଗରେ ରାସ୍ତା ଅବରୋଧ

ମୟୁରଭଞ୍ଜ(ଘାସିରାମ ବେହେରା) – କନ୍ଦାଉଛି କରୋନା।ସରକାର ସଚେତନତା ସୃଷ୍ଟି କରିବା ପାଇଁ ପ୍ରଚାର କରୁଛନ୍ତି  ରୋଗକୁ ଘୃଣାକର ରୋଗୀକୁ ନୁହେଁ କିନ୍ତୁ ବାସ୍ତବଚିତ୍ର କିଛି ଓଲଟା ଦେଖୁବାକୁ ମିଳୁଛି । ସରକାରଙ୍କ ନିୟନ୍ତ୍ରଣରେ କାର୍ଯ୍ୟକରୁଥିବା ସରକାରୀ କର୍ମଚାରୀମାନେ ରୋଗ ବଦଳରେ ରୋଗୀକୁ ଉପେକ୍ଷା କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହାକୁନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ବାରିପଦା-ଜଳେଶ୍ବର ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଅବରୋଧ କରିରଖିଥିଲେ।ଏଭଳି ପରିସ୍ଥିତି ମୟୁରଭଞ୍ଜ ଜିଲ୍ଲା ମୋରଡ଼ାବ୍ଲକ ଇଦର ଗାଁରେ ଦେଖିବାକୁ ମିଳିଛି।ସୋମବାର ଇଦର ଗ୍ରାମରୁ ଜଣେ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି। ପୋଜିଟିଭ ଚିହ୍ନଟ ହେବା ପରେ ଇଦର ଗ୍ରାମର ଲୋକଙ୍କୁ ପୋଡ଼ାଶୀ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ସୋମବାର ଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ସାମାଜିକ ବାସନ୍ଦ ସହ ଘୃଣା କରୁଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।
ବାରିପଦା-ଚିତ୍ରଡା ରାସ୍ତାର ବାରମାଇଲ ଛକରେ ଇଦର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଗାଁରୁ ଜଣେ କରୋନା ରୋଗୀ ଚିହ୍ନଟ ହେବାପରେ ପୋଡ଼ାଶୀ ଗାଁ ଲୋକ ସେମାନଙ୍କୁ ପୋଖରୀରେ ଗାଧୋଇବା ପାଇଁ ବାରଣ କରିବା ସହ କୂଅରୁ ପିଇବା ପାଣିନେବା ପାଇଁ ମନା କରୁଛନ୍ତି ତା ସହ ଦୋକାନୀମାନେ ମଧ୍ୟ ସଉଦା ଦେବାକୁ ମଧ୍ୟ ବାରଣ କରୁଛନ୍ତି । ସବୁଠାରୁ ବଡ଼କଥା ହେଉଛି ଇଦର ଗାଁ ର ଶିଶୁ ମାନଙ୍କୁ ମଧ୍ୟ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀମାନେ ପୋଲିଓ ଟୀକା ଦେବାକୁ ମନା କରିଥିଲେ। ଏସବୁ ସମସ୍ୟାର ସମାଧାନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।କର୍ମଚାରୀ ମାନେ ପୋଲିଓ ଟୀକା ଦେବାକୁ ମନା କରିଥିଲେ।
ଅନ୍ୟପକ୍ଷରେ ଇଦର ଗ୍ରାମବାସୀ ଆଶକର୍ମୀଙ୍କୁ କରୋନା ରୋଗୀର ପଜିଟିଭ ରିପୋର୍ଟ ମାଗି ଗୋଡ଼ାଇ ଗୋଡ଼ାଇ ମାରିବା ସହ ଲହୁଲୁହାଣ କରିଥିବା ଅଭିଯୋଗ କରିଛନ୍ତି । କିଷାନତାଣ୍ଡି ହସ୍ପିଟାଲରେ ନ୍ୟାୟ ଅପେକ୍ଷାରେ ବସିଛନ୍ତି ଆଶାକର୍ମୀ।
ତେବେ ଏ ସମ୍ପର୍କରେ କୌଣସି ସରକାରୀ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିନାହାନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking