39.2 C
Bhubaneswar
Thursday, April 18, 2024
Homeଓଡିଶାଆଜି ରାଜଧାନୀରୁ ୨୩୭ ପଜେଟିଭ୍ ଚିହ୍ନଟ

ଆଜି ରାଜଧାନୀରୁ ୨୩୭ ପଜେଟିଭ୍ ଚିହ୍ନଟ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ପ୍ରତିଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୩୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୨ ଓ ସ୍ଥାନୀୟ ଅଞ୍ଚଳରୁ ୧୦୫ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୪୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୧୫ ଜଣ ସୁସ୍ଥ ହୋଇଛନ୍ତି ଓ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୫୫୧ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।


5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking