28.1 C
Bhubaneswar
Saturday, April 27, 2024
Homeମନୋରଞ୍ଜନଅର୍ଜୁନ କପୁରଙ୍କ ଭଉଣୀ ଅସୁସ୍ଥ ; ମେଡିକାଲରେ ଭର୍ତ୍ତି

ଅର୍ଜୁନ କପୁରଙ୍କ ଭଉଣୀ ଅସୁସ୍ଥ ; ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅନସୁଲା କପୁର ଅସୁସ୍ଥ ଅଛନ୍ତି । ଖବର ଅନୁଯାୟୀ ଶନିବାର ଦିନ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅନସୁଲା କପୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଅନସୁଲାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜାନଭୀ ତାଙ୍କ ଭଉଣୀଙ୍କୁ ଭେଟିବାକୁ ଆସିଥିଲେ
ଇଟିଏମ୍ସର ଏକ ରିପୋର୍ଟ ଅନୁଯାୟୀ, ଅନସୁଲା କପୁରଙ୍କ ରକ୍ତଚାପ ଏବଂ ଚିନି ପରୀକ୍ଷା କରାଯାଉଛି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ । ନିକଟରେ ଅନସୁଲା କପୁରଙ୍କ ଭଉଣୀ ଜାନଭୀ କପୁର ତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ। ଜାନଭୀ ଏକ ବ୍ୟାଗୀ ଟି-ସାର୍ଟ, ଟାଇ-ଡାଏ ଟ୍ରାକ ପ୍ୟାଣ୍ଟ ଏବଂ ଚଷମା ପିନ୍ଧି ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ତାଙ୍କ ହାତରେ ଏକ ନୀଳ ରଙ୍ଗର ଫାଇଲ ଧରିଥିଲେ ।

ଏହା ପରେ ଅନସୁଲାର ପିତା ବୋନି କପୁର ମଧ୍ୟ ତାଙ୍କ ଝିଅକୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେ ଏକ ଧଳା କୁର୍ତ୍ତା-ପାଇଜାମା ପିନ୍ଧିଥିଲେ ଏବଂ ତାଙ୍କ ମୁହଁରେ କଳା ରଙ୍ଗର ମାସ୍କ ଥିଲା । ପାଣ୍ଡେମିକ୍ ସମୟରେ ଅର୍ଜୁନ କପୁର ଏବଂ ଅନସୁଲା କପୁର କ୍ରମାଗତ ଭାବରେ ପାଣ୍ଠି ସଂଗ୍ରହ ପ୍ଲାଟଫର୍ମ ଫ୍ୟାନ କାଇଣ୍ଡରେ କାର୍ଯ୍ୟ କରିଆସୁଛନ୍ତି। ଏହି ପ୍ଲାଟଫର୍ମ ମାଧ୍ୟମରେ ଉଭୟ  ବହୁ ଅର୍ଥ ସଂଗ୍ରହ କରି ଲୋକଙ୍କୁ ସାହାଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking