29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ+୨ ଆବେଦନ ଅବଧି ବଢିଲା

+୨ ଆବେଦନ ଅବଧି ବଢିଲା

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ବନ୍ୟା ଦୃଷ୍ଟିରୁ ଆବେଦନ ଅବଧି ବଢାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ୪ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୧୧ ଯାଏ ଅବଧି ବୃଦ୍ଧି କରିଛନ୍ତି ସରକାର । ଏବେ ବାତ୍ୟା ଯୋଗୁଁ ଅନେକ ଜିଲ୍ଲା ଜଳମଗ୍ନ ହୋଇ ରହିଛି । ବିଦ୍ୟୁତ ସରବରାହ ସହ ପାଣି ଘେରରେ ରହିଛି ଅନେକ ଅଂଚଳ । ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ଘୋଷଣା କରିଛନ୍ତି ।

ଅନ୍ୟପଟେ ଆଜି ଆକାଶମାର୍ଗରୁ ବନ୍ୟାଂଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ଦେଖିବା ପରେ ନବୀନ ଟ୍ୱିଟ କରିଛନ୍ତି । ବହୁ ଜିଲ୍ଲା, ଅନେକ ଗାଁ ଜଳମଗ୍ନ ହୋଇଛି, ଚାଷ ଜମି ମଧ୍ୟ ବୁଡିଛି । ଫସଲ ନଷ୍ଟ ହୋଇଛି, ଘର ଭାଙ୍ଗିଛି, ରାସ୍ତାଘାଟ ବି ନଷ୍ଟ ହୋଇଛି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ତ୍ୱରାନିତ୍ୱ ପଦକ୍ଷେପ ନିଆଯାଉଥିବା ନବୀନ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟା ଆସିବା ଫଳରେ ୪ଟି ବଡ ନଦୀ ର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା । ଫଳରେ ହୀରାକୁଦରେ ୪୬ଟି ଗେଟ ଖୋଲା ଯାଇଥିଲା । ଅନ୍ୟପଟେ ଗେଟ ଖୋଲିବା ଯୋଗୁଁ ତଳିଆ ଅଂଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking