ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କୋଭିଡା ଫାଇନ ଆଦାୟ ନାମରେ ଲୋକଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇଛି । ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ଏପରି ବେଆଇନ କାମ । ଲୋକଙ୍କ ମୁହରେ ଗାମୁଛା କିମ୍ବା ରୁମାଲ ଥିଲେ ଚଳିବ ନାହି ନାମି ଦାମି କମ୍ପାନିର ମାସ୍କ ଲଗାଇବାକୁ ପଡିବ ନହେଲେ ଦେଖନ୍ତୁ ଏହି ଲୋକ ମାନଙ୍କ ପରି ଆପଣଙ୍କୁ ମଧ୍ୟ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ । ତେବେ ଫାଇନ ଦେଉଥିବା ଲୋକେ ସରକାରି ଅଧିକାରିଙ୍କ ଅର୍ଧ ଘୋଟାଲା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି । କାରଣ ୫୦୦ ଟଙ୍କା ଫାଇନ ଦେଇଥିବା ଜଣେ ବ୍ୟାକ୍ତି ନିଜ ମୋବାଇଲେ ଭିଡିଓ ଉଠାଇବା ବେଳେ ଜଣା ପଡିଛି ଯେ ଫାଇନ କଟା ଯାଉଥିବା ରସିଦ ତଳେ କାର୍ବନ କପି ହି ନାହି । ଏହା ବ୍ୟତିତ ମାସ୍କ ପିନ୍ଧିବା ନେଇ ବୟଷ୍କ ବ୍ୟକ୍ତି ମାନଙ୍କ ସହ ସରକାରି ଅଧିକାରି ମାନେ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଘଟଣା ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ସଂପୃକ୍ତ ଅଧିକାରି ମାନଙ୍କୁ ଜିଲ୍ଲାପାଳ ତାଗିତ୍ କରିଛନ୍ତି । ଫାଇନ ଆଦାୟ କରିଥିବା ସରକାରି କର୍ମଚାରି ମାନେ ମଧ୍ୟ ଏହି ଘଟଣାକୁ ନେଇ ଭୁଲ ଶ୍ବିକାର କରିଛନ୍ତି ।