28.9 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ପ୍ରଶ୍ନ

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ପ୍ରଶ୍ନ

ଭୁବନେଶ୍ୱର: ବାଇ ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଥମଟି ହେଲା ଏଏସଆଇ ୯ଟି ଚିଠି, ୨ଟି ସୋ କଜ ଦେଇଛି, ଉତ୍ତର କାହିଁକି ଦିଆଯାଇନି । ଦ୍ୱିତୀୟଟି ଏଏସଆଇ ଡିଜିଙ୍କୁ କାହିଁକି ଡିପିଆର ଦେଲେନି । କାହିଁକି ଲୁଚାଇଲେ ସରକାର । ତୃତୀୟଟି ବାଇ ଲ ନେଇ ଏଯାଏ କାହିଁକି ପରାମର୍ଶ, ପ୍ରତିବାଦ ଦେଲେନି । ଚତୁର୍ଥଟି ହେଲା ଲିଙ୍ଗରାଜ ଓ ଶ୍ରୀମନ୍ଦିର କ୍ଷେତ୍ର ପାଇଁ କେଉଁ ଫାର୍ମକୁ କାମ ଦିଆଯାଇଛି । ପଂଚମଟି ହେଲା କୀର୍ତ୍ତିରାଜି ଭାଙ୍ଗିଦେଲେ, ତାର ଡିଟେଲ ମ୍ୟାପିଂ ହୋଇଛି ତ । ପୁରୀ ଓ ଲିଙ୍ଗରାଜ କ୍ଷେତ୍ର କାମ ପାଇଥିବା ସଂସ୍ଥା ସଂପର୍କରେ ତଥ୍ୟ ସେ ଦେଇଛନ୍ତି । ଲିଙ୍ଗରାଜ କାମ ପାଇଛି ଆର୍କ ହୋମ ଆର୍କିଟେକ୍‌ଚରାଲ ଫାର୍ମ ନଏଡା । ଶ୍ରୀମନ୍ଦିର କାମ ପାଇଛି ଭୂମିପୁତ୍ର ଆର୍କିଟେକ୍‌ଚରାଲ ଫାର୍ମ ବେଙ୍ଗଲୁରୁ । ଉଭୟ ସଂସ୍ଥାର କୌଣସି ପୂର୍ବ ଅଭିଜ୍ଞତା ନାହିଁ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking