40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଯିଏ ପୋଷ୍ଟର ଲଗାଇଥିଲେ, ସେମାନେ ମୋ ଶୁଭେଚ୍ଛୁ

ଯିଏ ପୋଷ୍ଟର ଲଗାଇଥିଲେ, ସେମାନେ ମୋ ଶୁଭେଚ୍ଛୁ

ଭୁବନେଶ୍ୱର: ବାଇ ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ‘ଜାନୁଆରୀ ୨୯ରୁ ଫେବୃୟାରୀ ୧୩ ଯାଏ ସଂସଦ ଚାଲିଥିଲା । ସେଥିପାଇଁ ଜଣେ ଲୋକସଭା ସାଂସଦ ଭାବରେ ସଂସଦରେ ଉପସ୍ଥିତ ରହିଥିଲି । ଖବର ପାଇଲି କିଛି ଛକରେ ମୋ ଫଟୋ ଦେଇ ନିଖୋଜ ପୋଷ୍ଟର ଲାଗିଛି । ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ବଜେଟ ଅଧିବେଶନ ଦ୍ୱିତୀୟ ସତ୍ର ରହିଛି । ଯେଉଁ ବନ୍ଧୁ ପୋଷ୍ଟର ଲଗାଇଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଉଛି । ସେମାନେ ପୁଣି ପ୍ରତ୍ୟେକ ଗଳି,ଛକରେ ପୋଷ୍ଟର ଲଗାନ୍ତୁ । ଯେଉଁମାନେ ପୋଷ୍ଟର ଲଗାଇଥିଲେ, ସେମାନେ ମୋ ଶୁଭେଚ୍ଛୁ । ବାଇ ଲ ପ୍ରସଙ୍ଗରେ ମୁଁ ମନ୍ତ୍ରାଳୟ ସହ ବିସ୍ତୃତ କଥା ହୋଇଛି । ରାଜ୍ୟ ସରକାର କଥା ବୁଝନ୍ତୁ, ଆରୋପ ପ୍ରତ୍ୟାରୋପରେ କିଛି ହେବନି । ସମସ୍ତେ ଓଡିଶାର ବିକାଶ ଚାହୁଁଛୁ, ତର୍କ ବିତର୍କରେ ଲାଭ ନାହିଁ । ବିକାଶର କୌଣସି ଦଳ ନଥାଏ । ଆମ ଦେଶରେ ୩୬୯୩ଟି କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ଅଛି । ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ରହିଛି । ଆଇନ ରହିଛି କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଂଚଳ । ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବନି । ୨ ଶହ ମିଟର ମଧ୍ୟରେ ଅନୁମତି ନେଇ କାମ କରାଯାଉ ପାରିବ । ରାଜ୍ୟ ସଂସ୍‌ୃତି ନିର୍ଦ୍ଦେଶକଙ୍କ ଅନୁମତି ନେଇ କାର୍ଯ୍ୟ କରାଯାଇପାରିବ । ସଂସ୍କୃତି ନିର୍ଦ୍ଦେଶକ ଏନଏମଏକୁ ପଠାଇବେ । ଏନଏମଏ କହିଲେ କାମ ହୋଇପାରିବ । ଆମେ ଯଦି କାମ କରିବାକୁ ଅନୁମତି ମାଗିବା, କେନ୍ଦ୍ର ବାଧା ଦେବନି । ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ । ହେରିଟେଜ ବାଇ-ଲ ପ୍ରତ୍ୟାହାର ହେଲେ କିଛି ଲାଭ ହେବନି । କାରଣ ସମ୍ବିଧାନରେ ଆଇନ ରହିଛି, ସେ ତ ପ୍ରତ୍ୟାହାର ହେଉନି । ବାଇ ଲ ଲାଗୁ ହେଲେ ସବୁକିଛି ଆହୁରି ବ୍ୟବସ୍ଥିତ ହୋଇଯିବ । ରାଜ୍ୟ ସରକାରଙ୍କ ମତାମତ ନିଆନଯିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ସଂସ୍କୃତି ନିର୍ଦ୍ଦେଶକଙ୍କ ଜରିଆରେ ଗଲା, ରାଜ୍ୟ ସରକାର ଜାଣିପାରିଲେନି ? ରାଜ୍ୟ ସରକାର ଆମ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ପୁରୀର ୭୫ ମିଟର କାର୍ଯ୍ୟ ପାଇଁ ରାଜ୍ୟ ଏନଏମଏରୁ ଅନୁମତି ନେଇନି । ଭୁବନେଶ୍ୱର ଲିଙ୍ଗରାଜ କ୍ଷେତ୍ରରେ ବି କୌଣସି ଅନୁମତି ନିଆଯାଇନି । ଆମେ ସମସ୍ତେ ଆଇନ ମାନିବାକୁ ବାଧ୍ୟ । ଏଠି ଆଇନ ପାଳନ ହୋଇନି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking