40.1 C
Bhubaneswar
Thursday, April 25, 2024
Homeଓଡିଶାଜଗତସିଂହପୁରରେ କଂଗ୍ରେସର ବନ୍ଦ ଡାକରା ସଫଳ

ଜଗତସିଂହପୁରରେ କଂଗ୍ରେସର ବନ୍ଦ ଡାକରା ସଫଳ

ଜଗତସିଂହପୁର :(ପ୍ରତାପ କୁମାର ସିଂହ) : ପେଟ୍ରୋଲ ଡିଜେଲ ଦର ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜଗତସିଂପୁରରେ ବନ୍ଦ ପାଳନ ହୋଇଯାଇଛି । କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ସରକାର ଦିନକୁ ଦିନ ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ବୃଦ୍ଧି କରିବା ଯୋଗୁଁ ଜନସାଧାରଣ ଘୋର ସମସ୍ୟାରେ ପଡ଼ୁଛନ୍ତି । ବର୍ଦ୍ଧିତ ତୈଳଦର ଯୋଗୁ ନିତ୍ୟବ୍ୟହାର୍ଯ୍ୟ ଦ୍ରବ୍ୟର ଅହେତୁକ ଦରଦାମ ବୃଦ୍ଧି ଘଟିଲାଣି ଯାହାଫଳରେ ଗରିବ ଖଟିଖିଆଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ଓଡିଶା ବନ୍ଦ ଡାକରା ଦେଇଥିବା କଂଗ୍ରେସ ଦଳ ତରଫରୁ ଜଗତସିଂହପୁରଠାରେ ବନ୍ଦ ପାଳନ କରାଯାଇଅଛି । ସାନବଜାର ବସଷ୍ଟାଣ୍ଡଠାରୁ ଆରମ୍ଭ କରି , କଲେଜଛକ ଓ ସହର କେନ୍ଦ୍ରସ୍ଥଳମାନଙ୍କ ଠାରେ ରାସ୍ତା ରୋକ କରାଯାଇଥିଲା ।
କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ନଟବର ବାରିକଙ୍କ ନେତୃତରେ ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ,ଜିଲ୍ଲା ପରିଷଦ ସଭ୍ୟ ମହନି ଚରଣ ରାଉତ, ଜଗତସିଂପୁରର ନଗର କଂଗ୍ରେସ ସଭାପତି ଶ୍ରୀ ଅଭୟ କୁମାର ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଲିପକ୍ ସାହୁ, ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଅଦେତ୍ୟ ଜେନା ,ଯୁବ କଂଗ୍ରେସ କୋଷାଧ୍ୟକ୍ଷ ବିଜୟ ବିଶ୍ଵାଳ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ସଭାପତି ଅମିନୁସ ଅହେମଦ,କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ ,ମହେନ୍ଦ୍ର ସିଂହ,ସର୍ବେଶ୍ବର ପଣ୍ଡା, ଦେବୀ ପ୍ରସାଦ ପରିଡା , ପ୍ରଶାନ୍ତ କୁମାର ମହାପାତ୍ର,ପ୍ରଦୀପ୍ତ କୁମାର ସାହୁ, ସଂଜୀବ ସ୍ବାଇଁ,ଡଃ ଜଗଦାନନ୍ଦ ବେହେରା,, ଶିବ ପ୍ରସାଦ ବେହେରା, ମହମ୍ମଦ ସମ୍ମିମ,ନିରଞ୍ଜନ ସେଠୀ ,ମାନସ ରଥ,ନିରଞ୍ଜନ ବେହେରା ,କୃଷ୍ଣଚନ୍ଦ୍ର ପ୍ରଧାନ,ସୁର୍ଦଶନ ବେହେରା,ଭକ୍ତ ଚରଣ ଦାସ, ଅର୍ତବନ୍ଧୁ ବିଶ୍ବାଳ, ବଲ୍ଲଭାନନ୍ଦ ସ୍ବାଇଁ,ନିହାର ରଂଜନ ନାୟକ,ନାରାୟଣ ନାୟକ,ଆଶିଷ କୁମାର ମହାପାତ୍ର ପ୍ରମୁଖ ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।କଂଗ୍ରେସ କର୍ମୀମାନେ ମୋଟର ବାଇକରେ ସହରସାରା ବୁଲି ଦୋକାନ ବଜାର ବନ୍ଦ କରିଥିଲେ । ମୋଟାମୋଟି ଉପରେ ଜଗତସିଂହପୁରରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking