29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତ ଚିନ୍ତା; ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତ ଚିନ୍ତା; ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାଣିପାଗ ବିଭାଗ ପକ୍ଷରୁ ବରାବର ଦେଶରେ ହିଟ୍‌ୱେଭ୍ ସ୍ଥିତି ଆଗକୁ ଭୟାନକ ରୂପ ନେବ ବୋଲି ସତର୍କ ସୂଚନା ଜାରି କରାଯାଇଆସୁଛି । ସମ୍ପ୍ରତି ଦେଶରେ ତାତି ବଢ଼ୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁବାର ଦିନ ଗ୍ରୀଷ୍ମ ପ୍ରବାହ ତଥା ଅଂଶୁଘାତଜନିତ ପରିସ୍ଥିତିକୁ ରୋକିବା ତଥା ଏଦିଗରେ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ମୋଦୀ ଅନୁଧ୍ୟାନ କରିଥିବା ଜାଣିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମ୍‌ଡି ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ଏବଂ ଏକ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ତଥା କାର୍ଯ୍ୟକ୍ରମ ସମ୍ପର୍କରେ ମୋଦୀଙ୍କୁ ସୂଚୀତ କରିଥିଲେ । ବିଶେଷ କରି ଭାରତ ଓ ପଶ୍ଚିମ ଭାରତରେ ଅଧିକ ଗ୍ରୀଷ୍ମପ୍ରବାହ ଆଶଙ୍କା ସହିତ ଏପ୍ରିଲରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ ତାପମାତ୍ରାର ସମ୍ଭାବ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହଜନିତ କ’ଣ ସ୍ଥିତି ରହିବ ସେସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଗ୍ରୀଷ୍ମପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ଏହି ବୈଠକରେ ଆଲୋଚନା ହୋଇଛି । ରାଜ୍ୟରୁ ଆରମ୍ଭ କରି ଜିଲ୍ଲାସ୍ତରରେ ସମନ୍ୱୟ ରକ୍ଷା କରି ଖରାତାତିରୁ ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ସୂଚନାଯୋଗ୍ୟ, ଦେଶର ଅଧିକାଂଶ ଭାଗରେ ବିଶେଷ ଭାବେ ଅଧିକ ତାପମାତ୍ରା ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପଦ୍ୱୀପ ଭାରତ ଉପରେ ସମ୍ଭାବନା ରହିଥିବାରୁ ତାହାର ପ୍ରତିକାର ବ୍ୟବସ୍ଥା ଆଗୁଆ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ । ଅତ୍ୟାବଶ୍ୟକ ଔଷଧ, ସାଲାଇନ୍‌, ଆଇସ୍ ପ୍ୟାକ୍‌, ଓଆରଏସ୍ ଓ ପାନୀୟ ଜଳ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ତଥା ମହଜୁଦ୍ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରସ୍ତୁତି ସମୀକ୍ଷା କରିଥିଲେ ଏବଂ ମୋଦୀଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking