40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶ୧୫ ଯାଏ ସିବିଆଇ କଷ୍ଟଡିରେ ରହିବେ କେ. କବିତା

୧୫ ଯାଏ ସିବିଆଇ କଷ୍ଟଡିରେ ରହିବେ କେ. କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିବା ବିଆରଏସ୍ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ସିବିଆଇ ଦିନକ ପୂର୍ବେ ଗିରଫ କରିଥିଲା । ତେବେ ସିବିଆଇ ତାଙ୍କୁ ଏହି ମାମଲାରେ ଏବେ ଜେରା କରିବାକୁ ଚାହୁଁଥିବା ବେଳେ କବିତାଙ୍କୁ ଆଜି କୋର୍ଟରେ ହାଜର କରାଇ ଅନ୍ୟୂତ ୫ ଦିନ ପାଇଁ ରିମାଣ୍ଡ୍‌ରେ ନେବାକୁ ସିବିଆଇ ପିଟିସନ୍ ଫାଇଲ୍ କରିଥିଲା । ଏହା ଉପରେ ଶୁଣାଣି କରି କୋର୍ଟ କେକ. କବିତାଙ୍କୁ ଆସନ୍ତା ୧୫ ତାରିଖ ଯାଏ ଅର୍ଥାତ୍ ୩ଦିନିଆ ସିବିଆଇ ରିମାଣ୍ଡ୍‌ରେ ପଠାଇଦେଇଥିବା ଜଣାପଡିଛି । କବିତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍‌ଙ୍କ ଯୁକ୍ତି ଏବଂ ସିବିଆଇ ପକ୍ଷରୁ ପକ୍ଷ ରଖିଥିବା ସଲିସିଟର ଜେନେରାଲ୍‌ଙ୍କ ଯୁକ୍ତିକୁ ସିବିଆଇର ସ୍ୱତନ୍ତ୍ର କୋର୍ଟର ବିଚାରପତି ଶୁଣିଥିଲେ ଏବଂ ସିବିଆଇ ରିମାଣ୍ଡରେ ନେବାରେ କୌଣସି ସମସ୍ୟା ନଥିବା ଉଲ୍ଲେଖ କରିଥିଲେ । ପ୍ରକାଶ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୧୫ ତାରିଖରେ ଇଡି ଅଧିକାରୀମାନେ ହାଇଦ୍ରାବାଦ୍‌ରୁ କେ. କବିତାଙ୍କୁ ଗିରଫ କରିଥିଲା ଏବଂ ମାର୍ଚ୍ଚ ୨୬ରୁ ସେ ବିଚାର ବିଭାଗୀୟ ହାଜତ୍‌ରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking