38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଉପରାଜ୍ୟପାଳଙ୍କ ଚିଠି ପ୍ରଘଟ: ଆଶଙ୍କା ବ୍ୟକ୍ତ କଲେ ଆପ୍ ମନ୍ତ୍ରୀ

ଉପରାଜ୍ୟପାଳଙ୍କ ଚିଠି ପ୍ରଘଟ: ଆଶଙ୍କା ବ୍ୟକ୍ତ କଲେ ଆପ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି (ଆପ୍‌୍‌) ନେତ୍ରୀ ତଥା ଆପ୍ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ମାର୍ଲେକର ଆଜି ସାମ୍ବାଦିକ ସମ୍ମିଳନୀ ଏକ ବଡ଼ କଥା କହିଛନ୍ତି । ଆତିଶୀ କହିଛନ୍ତି, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଜେପି ପ୍ରସ୍ତୁତି ଚଳାଇଛି ଏବଂ ଖୁବଶୀଘ୍ର ବିଜେପି ଏହାକୁ ଲାଗୁ କରିବ ବୋଲି ସେ ଆଶଙ୍କା କରୁଛନ୍ତି ।
ଆତିଶୀ ଦାବି କରି କହିଛନ୍ତି ଯେ, ଦିଲ୍ଲୀରେ ନିର୍ବାଚିତ ଆମ୍ ଆଦ୍‌ମୀ ସରକାରକୁ ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶାଇଦେବା ପାଇଁ ଷଡଯନ୍ତ୍ର ଚାଲିଛି । ତାଙ୍କୁ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସେ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀ କରି ଏସମ୍ପର୍କରେ ସୂଚନା ଦେଉଛନ୍ତି ବୋଲି ଆତିଶୀ କହିଛନ୍ତି । ଆତିଶୀଙ୍କ କହିବାନୁସାରେ ଏବେ ଦିଲ୍ଲୀର ସରକାରୀ କର୍ମଚାରୀମାନେ ସରକାର ଡାକିଥିବା ବୈଠକକୁ ମଧ୍ୟ ଆସୁନାହାନ୍ତି । ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର କିମ୍ବା ଖାଲି ପଡ଼ିଥିବା ପଦପଦବୀରେ ନୂଆ ପୋଷ୍ଟିଂ କରାଯାଉନାହିଁ । ମିଥ୍ୟା ଅଭିଯୋଗରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ଗିରଫ କରାଯାଇଛି । ସରକାରକୁ ଏକରକମ ପଙ୍ଗୁ କରିଦିଆଯାଉଛି ଅନ୍ୟପକ୍ଷେ ଦିଲ୍ଲୀ ଉପରାଜ୍ୟପାଳଙ୍କ ମାଧ୍ୟମରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଉଛି ଯେ, ଦିଲ୍ଲୀରେ ସରକାର ଅଚଳ ହୋଇପଡିଛି, କୌଣସି କାମ କରୁନଥିବା ଅଭିଯୋଗ କରାଯାଉଛି । ବିନା କୌଣସି କାରଣରେ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କୁ ହଟାଯାଉଛି । ଉପରାଜ୍ୟପାଳଙ୍କ ଚିଠି ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାଲିଥିବା ଏସବୁ ଷଡଯନ୍ତ୍ର ସ୍ପଷ୍ଟ ହୋଇଛି ବୋଲି ଆତିଶୀ କହିଛନ୍ତି ।
ସେହିପରି ଆପ୍ ନେତା ତଥା ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ସୌରଭ୍ ଭରଦ୍ୱାଜ୍ ମଧ୍ୟ ଅଭିଯୋଗ କରି କହିଛନ୍ତି, ଉପରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି । ସେ ଦିଲ୍ଲୀବାସୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା ଆପ୍ ସରକାରଙ୍କ ଯୋଜନାଗୁଡ଼ିକ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି । ଫରିସ୍ତେ ଯୋଜନା ଏବଂ ଜଳବୋର୍ଡର ପାଣ୍ଠିକୁ ଉପରାଜ୍ୟପାଳ ବନ୍ଦ କରାଇଛନ୍ତି । ଅନ୍ୟଏକ ରିପୋର୍ଟ ଅନୁସାରେ କିଛି ଦିନ ତଳେ ଜାମିନ୍‌ରେ ମୁକୁଳିଥିବା ଆପ୍ ସାଂସଦ ସଞ୍ଜୟ ସିଂହ, ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଇଡି ଏବଂ ସିବିଆଇକୁ ବାସ୍ତବରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଦୋଷ କ’ଣ ସେସମ୍ପର୍କରେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking