28.1 C
Bhubaneswar
Friday, April 26, 2024
Homeଅପରାଧଖୋଲିଲା ମା,ଝିଅ ମଡ଼ର ମିଷ୍ଟ୍ରି: ପରକୀୟା ପ୍ରୀତି ହେଲା କାଳ

ଖୋଲିଲା ମା,ଝିଅ ମଡ଼ର ମିଷ୍ଟ୍ରି: ପରକୀୟା ପ୍ରୀତି ହେଲା କାଳ

ଭୁବନେଶ୍ୱର :ଖୋଲିଲା ମା,ଝିଅ ମଡ଼ର ମିଷ୍ଟ୍ରି । ହତ୍ୟା ଅଭିଯୋଗରେ ଛତିଶଗଡ଼ ପୋଲିସ ଦ୍ୱାରା ଅନୁପ କୁମାର ସାଏ ଗିରଫ ମାମଲା ଉପରୁ ହଟିଛି ପରଦା । ଛତିଶଗଡ଼ରେ ମା, ଝିଅଙ୍କୁ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ମାନିଲେ ଅନୁପ । ଏନେଇ ରାୟଗଡ଼ ଏସପି ସନ୍ତୋଷ ସିଂ ସୂଚନା ଦେଇଛନ୍ତି ।୨୦୧୬ ମସିହାରେ ମା ଓ ଝିଅଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପଙ୍କୁ ଗତକାଲି ଗିରଫ କରିଛି । ୨୦୧୬ ମସିହାରେ ଏକ ଜଙ୍ଗଲରୁ ଯେଉଁ ମା, ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା ତାହା ଏକ ସୁପରିକଳ୍ପତ ହତ୍ୟାକାଣ୍ଡ ଥିଲା । ଏହି ଘଟଣାର ଖୁଲାସା କରି ରାୟଗଡ଼ ଏସପି କହିଛନ୍ତି, ମୃତକ କଳ୍ପନା ଦାସ ୨୦୦୫ ମସିହାରେ ତାଙ୍କ ସ୍ୱାମୀଙ୍କୁ ଛାତ୍ରପତ୍ର ଦେଇଥିଲେ । ଏହାପରେ ସେ ତାଙ୍କ ନାବାଳିକା ଝିଅକୁ ନେଇ ଅନୁପଙ୍କ ପାଖକୁ ଯାଇଥିଲେ । ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।
୨୦୧୧ରୁ ୨୦୧୬ ଯାଏ ଅନୁପ ଓ କଳ୍ପନା ଝାରସୁଗୁଡ଼ାରେ ଏକ ଫ୍ଲାଟ ନେଇ ସ୍ୱାମୀ -ସ୍ତ୍ରୀ ଭାବେ ଝିଅକୁ ନେଇ ରହୁଥିଲେ । ଏପରି ୫ବର୍ଷ ରହିବା ପରେ କଳ୍ପନା ଅନୁପଙ୍କୁ ବିବାହ କରିବାକୁ ଜିଦି କରିଥିଲେ । ନିଜର ପରିବାର ଥିବାରୁ ଅନୁପ, କଳ୍ପନାଙ୍କୁ ବାହା ହେବାକୁ ମନା କରିଥିଲେ, ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି କାରଣକୁ ନେଇ କଳ୍ପନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଅନୁପ । ହତ୍ୟାର ପୂର୍ବ ଦିନ ଦୁହେଁ ଓଡ଼ିଶାର ଏକ ହୋଟେଲରେ ରହିଥିବା ମଧ୍ୟ ତଥ୍ୟ ମିଳିଛି ।ବିବାହ କରିବି କହି ରାୟଗଡା ନେଇ ଏକ ଜଙ୍ଗଲ ରାସ୍ତାରେ ଲୁହା ରଡ୍‌ରେ ୨ ଜଣଙ୍କୁ ହତ୍ୟା କରି ତାଙ୍କ ଉପରେ ଗାଡ଼ି ଚଡାଇ ଦେଇଥିବା ମାନିଛନ୍ତି ଅନୁପ ।
ରାୟଗଡ଼ ଏସ୍‌ପି କହିଛନ୍ତି, ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବାରୁ ପ୍ରାୟା ଏକ ବର୍ଷ ପରେ ପରିଚୟ ମିଳିଥିଲା । ହତ୍ୟା ସମ୍ପର୍କରେ ଗୁପ୍ତ ତଥ୍ୟ ଜାଣିବା ପରେ ପୋଲିସ ତଦନ୍ତ କରିଥିଲା । ଏହାପରେ ୬ ରାଜ୍ୟ, ୭ଶହ ଲୋକଙ୍କୁ ଜେରା କରିଛୁ; ଅନୁପଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚରୁ ବହୁ ତଥ୍ୟ ମିଳିଥିଲା । ଅନୁପ ସେତେବେଳେ ଯେଉଁ ନମ୍ବର ବ୍ୟବହାର କରୁଥିଲେ, ଏବେ ବି ରଖିଛନ୍ତି । ଏବେ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking