38.1 C
Bhubaneswar
Friday, April 26, 2024
Homeଓଡିଶାପିଲାଙ୍କ ବସ୍ତାନି ବୋଝ ରିପୋର୍ଟ ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି

ପିଲାଙ୍କ ବସ୍ତାନି ବୋଝ ରିପୋର୍ଟ ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର: ଛୋଟ ପିଲାଙ୍କ ଉପରେ ଲଦି ହେଇଯାଉଛି ବହୁତ ଓଜନର ସ୍କୁଲ ବ୍ୟାଗ । ପ୍ରଥମ ଶ୍ରେଣୀର ପିଲାଟି ମଧ୍ୟ ୨ ରୁ ୩ କେଜି ଓଜନର ବ୍ୟାଗଟି ବିଦ୍ୟାଳୟକୁ ବୋହି ନେଇଥାଏ । ତେବେ ପିଲାଙ୍କ ବସ୍ତାନି ବୋଝକୁ କମାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକୁ ପୂର୍ବରୁ ଚିଠି ଲେଖାଯାଇଥିଲା । ଏବେ ସ୍କୁଲ ବସ୍ତାନି ବୋଝ ଆଇନକୁ ନେଇ ତତ୍ପର ହେଲେ ରାଜ୍ୟ ସରକାର । ସବୁ ଜିଲ୍ଲାପାଳଙ୍କୁ ପିଲାଙ୍କ ବସ୍ତାନି ବୋଝ ଯାଞ୍ଚ କରି ଫେବୃୟାରୀ ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ଦେଇଥିବା ଜଣାପଡିଛି ।

ବସ୍ତାନି ବୋଝ ଆଇନ କଡ଼ାକଡ଼ି କରିବା ସହ ଜିଲ୍ଲାପାଳମାନେ ସ୍କ୍ୱାର୍ଡ଼ ଜରିଆରେ ତଦାରଖ କରିବାକୁ ୨୦୧୯ ଅଗଷ୍ଟ ୨ ଠାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ ବ୍ୟାଗ ଓଜନ ନେଇ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ବସ୍ତାନୀ ବୋଝ ନିୟମକୁ ନେଇ ଗାଇଡ଼ଲାଇନ ଜାରି କରାଯାଇଥିଲେ ମଧ୍ୟ ସମସ୍ତ ବିଦ୍ୟାଳୟରେ କାର‌୍ୟ୍ୟକାରୀ ହୋଇନାହିଁ । ପୂର୍ବରୁ ୨ ଥର ଚିଠି ହୋଇଥିଲେ ବି ଏଯାଏଁ ରିପୋର୍ଟ ଦାଖଲ ହୋଇନାହିଁ । ଏନେଇ ସ୍କ୍ୱାଡ୍ ଗଠନ କି ଯାଞ୍ଚ ନେଇ ରିପୋର୍ଟ ମଧ୍ୟ ମିଳିନି । ଏଣିକି ସ୍କୁଲରେ ବସ୍ତାନି ଓଜନ ଯାଞ୍ଚ କରି ରିପୋର୍ଟ ଦାଖଲ ନିର୍ଦେଶ ଜାରି କରାଯାଇଛି । ଫେବ୍ରୁଆରି ୨୦ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ବିଦ୍ୟାଳୟରେ ବସ୍ତାନି ବୋଝ ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ ସେନେଇ ରିପୋର୍ଟ ଦେବେ ଜିଲ୍ଲାପାଳ ।
ଜିଲ୍ଲାସ୍ତରରୁ ପ୍ରାଇଭେଟ୍ ଇଂରାଜୀ ମିଡିୟମ ସ୍କୁଲ ସହ ସବୁ ସ୍କୁଲ୍ ଗସ୍ତ କରି ବସ୍ତାନି ଓଜନ ଯାଞ୍ଚ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ସେପଟେ ରାଜ୍ୟ ଅଭିଭାବକ ମହାସଂଘ ଏନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ନିକଟରେ ଫେରାଦ ହୋଇଥିଲା । ଏହାସହ NCERT ବହି ଲାଗୁ କରିବାକୁ ସଂଘ ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking