29.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ୟାସସରୋବରର ନବମ ସନ୍ଧ୍ୟା : ମା’ ବିରଜାଙ୍କ ଉପରେ ଆଧାରିତ ଭଜନ କ୍ୟାସେଟ୍ ଉନ୍ମଚନ

ବ୍ୟାସସରୋବରର ନବମ ସନ୍ଧ୍ୟା : ମା’ ବିରଜାଙ୍କ ଉପରେ ଆଧାରିତ ଭଜନ କ୍ୟାସେଟ୍ ଉନ୍ମଚନ

 
ଯାଜପୁର : ଗୁରୁବାର ଥିଲା ବ୍ୟାସ ସରୋବରର ନବମ ସନ୍ଧ୍ୟା । ଏହି ଉତ୍ସବରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ରଚିତ ମା’ ବିରଜାଙ୍କ ଉପରେ ଆଧାରିତ ଭଜନ କ୍ୟାସେଟ୍ ରଂଗାରଂଗ ମାଧ୍ୟମରେ ଉନ୍ମଚିତ ହୋଇଅଛି । ଜିଲ୍ଲାପାଳ ରଂଜନ କୁମାର ଦାସ, ଯାଜପୁର ଏସ୍‌ପି ଚରଣ ସିଂ ମିନା, କଂଳିଗ ନଗର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ଅତିରିକ୍ତ ଏସ୍‌ପି ଭବାନୀକାନ୍ତ ପଟ୍ଟନାୟକ, ଯାଜପୁର ପ୍ରକଳ୍ପ ଇନ୍ଦ୍ରମଣି ନାୟକ, ଲୋକ ସଂପର୍କ ସୂଚନା ଅଧିକାରୀ ସନ୍ତୋଷ କୁମାର ସେଠୀ, ବ୍ୟାସନଗର ଭାରପ୍ରାପ୍ତ ତହସିଲ୍‌ଦାର ଜ୍ୟୋତିକାନ୍ତ ଭୁଜବଳ, ଅତିରିକ୍ତ ତହସିଲ୍‌ଦାର ରଶ୍ମିତା ସ୍ୱାଇଁ, ଭିସି ଷ୍ଟିଲର ମନୋଜ କୁମାର ଓ ବ୍ୟାସନଗର ପୁର୍ବର୍ତନ ପୌରଧ୍ୟକ୍ଷା ସରୋଜିନୀ ବଳ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇଥିଲେ । ଜିଲ୍ଲାପାଳ କହିଲେ ମହୋତ୍ସବରେ ଜନସଂଖ୍ୟା ବୃଦ୍ଧି ପାଇ ଥିବାରୁ ଖୁସି ହେବା ସଂଗେ ଏହି ଉତ୍ସବର ପୁରୋଧା କଳିଂଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ମାତୃ ବିୟୋଗ ଉତ୍ସବକୁ ଫିକା ପକାଇଦେଇଛି । ଆପଣମାନେ ଖୁସିରେ ଆମ ଖୁସି ଶବ୍ଦଟିକୁ ଉଚ୍ଚାରଣ କଲାବେଳେ ଦର୍ଶକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜିଲ୍ଲାପାଳଙ୍କ ଲିଖିତ ସଂଗୀତ ପରିବେଷଣ କରାଯାଇଥିଲା ।ଏହି ସଂଗୀତ ଶୁଣି ଦର୍ଶକମାନେ ବିମୋହିତ ହୋଇଥିଲେ । ଜିଲ୍ଲାପାଳଙ୍କ ଅନ୍ୟ ଏକ ଆଧୁନିକ ଗୀତ ରଂଗାରଂଗ ଭାବରେ ପରିବେଷଣ କରାଯାଇଥିଲା । ଗୀତିକାର ରଂଜନ କୁମାର ଦାସ, ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକଙ୍କ ଏବଂ କଣ୍ଠଶିଳ୍ପୀଙ୍କର ସ୍ୱର ଦର୍ଶକଙ୍କୁ ବିମୋହିତ କରିଥିଲା । ସୁଲୁସୁଲିଆ ଦକ୍ଷିଣା ପବନ, ଆମ୍ବତୋଟାର କୋକିଳ ଗାନ ଏହି ରଂଗାରଂଗ ଉତ୍ସବ ଦ୍ୱିଗୁଣିତରେ ପରିଣତ ହୋଇଥିଲ । ଉପଜିଲ୍ଲାପାଳଙ୍କର ସଂଗୀତ ଗାନ ବେଶ୍ ମୁଗ୍ଧତର ହୋଇଥିଲା । ଲୋକ ସଂପର୍କ ସୂଚନା ଅଧିକାରୀ ଶ୍ରୀ ସେଠୀଙ୍କର ରଚିତ ଗୀତ ଦର୍ଶକମାନଙ୍କ ମନକୁ ମୋହିଥିଲା । ସରୋବର ମେଳାରେ ନାହିଁ ନଥିବା ଭିଡ଼ ଜମି ଥିଲା । ଯାଜପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଗାୟକ ଓ ଗାୟିକା ଭାବରେ ଖ୍ୟାତି ଅର୍ଜନ କରିଥିବାବେଳେ ଅନ୍ୟ ଜିଲ୍ଲାରେ ଏତେ ସଂଖ୍ୟକ ଦେଖିବାକୁ ମିଳୁନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking