32.1 C
Bhubaneswar
Thursday, March 28, 2024
Homeଓଡିଶାବଲାଙ୍ଗିର ରେ କିସ୍ ଆବାସିକ ବିଦ୍ୟାଳୟ :ଆସନ୍ତା କାଲି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର ରେ କିସ୍ ଆବାସିକ ବିଦ୍ୟାଳୟ :ଆସନ୍ତା କାଲି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ମୋତିଲାଲ ଓସ୍ୱାଲ ଗୃପ ର ଆର୍ଥିକ ସହାୟତା ଓ କିସ୍ ର ସହଭାଗିତା ରେ ଆସନ୍ତା କାଲି ବାଲାଙ୍ଗିର ଠାରେ କିସ୍ ତରଫରୁ ଏକ ସଂମ୍ପୁର୍ଣ ଆବାସୀକ ଓ ନିଶୁକ୍ଳ ବିଦ୍ୟାଳୟ ଖୋଲିବ । ବଲାଙ୍ଗୀରରେ କିସ୍ ର ଏହି ଶ।।ଖା ଟି ନିର୍ମିତ ହୋଇ ସମ୍ପୁର୍ଣ୍ଣ ହୋଇ ସାରିଛି । ଏହାକୁ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ମୁଖ୍ୟମନ୍ତ୍ରୀ ଏକ ବିମାନରେ ଆସି ତୁଷୁରା ସ୍ଥିତ ଏୟାର ଷ୍ଟ୍ରିପରେ ଅବତରଣ କରିବା ପରେ ସେଠାରୁ ଏକ ହେଲିକାପ୍ଟରରେ ଆସି ଉଦ୍‌ଘାଟନସ୍ଥଳିରେ ପହଂଚିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ହୋଇ ସାରିଛି । କାର୍ଯ୍ୟକ୍ରମରେ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଉପସ୍ଥିତ ରହିବାକୁ ଥିବା ବେଳେ ଓସ୍ୱାଲ ଗୃପର ମୋତିଲାଲ ଓସ୍ୱାଲ ତଥା ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିବେ । ଏହା ସହିତ ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ , ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ମଧ୍ୟ ଅତିଥି ଭାବେ ଯୋଗ ଦେଉଥିବା ସୂଚନା ରହିଛି । ବଲାଙ୍ଗିର ଭଳି ଜନଜାତି ଅଧ୍ୟୁଷିତ ଜିଲ୍ଲାରେ କିସ୍ ର ଏକ ଶାଖା ଉଦ୍‌ଘାଟିତ ହେବାକୁ ଯାଉଥିବା ବେଳେ ଜିଲ୍ଲାର ଆଦିବାସୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି । କାର୍ଯ୍ୟକ୍ରମକୁ ନେଇ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ମହାସଚିବ ନିରଞ୍ଜନ ବିଶି କହିଛନ୍ତି, ୨୦ ଏକର ଜମି ଓ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ କିସର ଏହି ଶାଖା ବଲାଙ୍ଗୀରରେ ନିର୍ମାଣ କରାଯାଇଛି ।ପ୍ରଥମ ବର୍ଷ ୧୫୦୦ ପିଲାଙ୍କୁ ନେଇ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାମାନେ ଏହି ଶିକ୍ଷାନୁଷ୍ଠାନରେ ମାଗଣାରେ ଶିକ୍ଷା ପାଇ ପାରିବେ । ଛାତ୍ରଛାତ୍ରି ଏହି ବିଦ୍ୟାଳୟରୁ ଉର୍ତ୍ତିଣ ହେବା ପରେ ଭୁବନେଶ୍ୱର ସ୍ଥିତ କିସ୍ ରେ ଉଚ୍ଚ ଶିକ୍ଷା ଲାଭ କରି ପାରିବେ । ଭୂବନେଶ୍ୱର ଭଲି ଏଠି ମଧ୍ୟ ବିଦ୍ୟାର୍ଥୀ ଙ୍କ ପାଇଁ ପୃଥକ ଛାତ୍ର ଓ ଛାତ୍ରିବାସ, ପରୀକ୍ଷାଗାର, ପାଠାଗାର, ଖେଳ ପଡିଆ ଓ ଇଣ୍ଟରନେଟ ଓ ୨୪ ଘଣ୍ଟିଆ ବିଜୁଳି ଆଦି ର ସୁବିଧା ରହିଛି । ବଲାଙ୍ଗୀର ଆଦିବାସ ପିଲାମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଏହା ଏକ ନୂଆଁ ଯୁଗର ଆରମ୍ଭ ହେବ ବୋଲି ଆଦିବାସୀ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ ଓ ପରାମର୍ଶ ଦାତା ସତ୍ୟ ନାରାୟଣ ଭୋଇ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking