29.1 C
Bhubaneswar
Tuesday, May 7, 2024
Homeଓଡିଶାତୁଟୁନି ବର୍ଷା ଅନୁଭବ କଳି

ତୁଟୁନି ବର୍ଷା ଅନୁଭବ କଳି

କଟକ: ସାସଂଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ପଡୁନି । ଆଜି ଦୁହେଁ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା ଦେନ୍ଦ୍ରରେ ପହଂଚିଥିଲେ । ଦ୍ୱିତୀୟ ଥର ପାଇଁ ମଧ୍ୟ କୌଣସି ସୁଫଳ ମିଳିନଥିବା ସୂଚନା ମିଳିଛି । ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ପକ୍ଷରୁ ପିଟିସନ ଦାଏର ହୋଇଥିଲା ।  ବର୍ଷା ଅଦାଲତର ଅବମାନନା କରିଥିବା ଅନୁଭବ ଅଭିଯୋଗ କରିଛନ୍ତି । ତେବେ ଆସନ୍ତାକାଲି ଫ୍ୟାମିଲି କୋର୍ଟରେ ପରବର୍ତ୍ତୀ  ଶୁଣାଣୀ ହେବ । ତେବେ ଏହା ପୂର୍ବରୁ ଗତ ୯ ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ସୂଚନାଯୋଗ୍ୟ , ନିକଟରେ ଉଭୟ ପରସ୍ପରଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲେ । ୨ ତାରିଖରେ ଅନୁଭବ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ନନ୍ଦିସାହି ଘରେ ରହୁଥିବା ବର୍ଷାଙ୍କ ନିକଟରୁ ବିଭିନ୍ନ ଲୋକ ଆସୁଛନ୍ତି । ଘରେ ମୂଲ୍ୟବାନ୍ ଜିନିଷ ଥିବାରୁ ଚୋରି ହେବାର ସମ୍ଭାବନା ରହିଛି । ମୋର ରାଜନୈତିକ କ୍ୟାରିୟର ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରିପାରିନ୍ତି ବୋଲି ଅନୁଭବ ଏତଲାରେ ଦର୍ଶାଇଥିଲେ । ସେହିପରି ଜୁଲାଇ ୭ରେ ବର୍ଷା ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । ବର୍ଷାଙ୍କ ଅଭିଯୋଗ ମୁତାବକ, ‘ଅନୁଭବ ଘରେ ସିସି କ୍ୟାମେରା ଲଗାଇଛନ୍ତି । ଏଥିରେ ଭିଡ଼ିଓ ରେକର୍ଡିଂ କରି ସେ କିଛି ବି ଷଡ଼ଯନ୍ତ୍ର କରିପାରନ୍ତି ।’ ଦୁହିଁଙ୍କ ଅଭିଯୋଗକୁ ଭିତ୍ତି କରି ପୁରୀଘାଟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking