31.1 C
Bhubaneswar
Sunday, May 19, 2024
Homeଓଡିଶାଗହଣା ସଫେଇ ବାହାନା ରେ ଲୁଟି ନେଲେ ସୁନା ଅଳଙ୍କାର 

ଗହଣା ସଫେଇ ବାହାନା ରେ ଲୁଟି ନେଲେ ସୁନା ଅଳଙ୍କାର 

ଯାଜପୁର: ଗହଣା ସଫେଇ କରିବା ବାହାନା ରେ ଦୃର୍ବତ ମାନେ ଲୁଟି ନେଲେ 2ଲକ୍ଷ ଟଙ୍କା ର ସୁନା ଗହଣା ଏଭଳି ଚାଞ୍ଚଲ୍ୟ କର ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତଗତ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗାଁରେ। ଉକ୍ତ ଗାଁ ରବୀନ୍ଦ୍ର ଘରୁ ସୁନା ଅଳଙ୍କାର ଲୁଟ ହୋଇଛି। ଖବର ନେବାରୁ ଜଣା ଯାଇଛି ଦୁଇ ଜଣ ଦୁର୍ବୁତ୍ତ ରବୀନ୍ଦ୍ରଙ୍କ ଘରେ ପହଞ୍ଚି ପିତଳ ବାସନ ସଫା କରିଦେବୁ କହିଥିଲେ। ରବୀନ୍ଦ୍ରଙ୍କ ପତ୍ନୀ ଉର୍ମିଳା ଶାନ୍ତି ତାଙ୍କୁ ପିତଳ ବାସନ ଦେଇଥିଲେ। ପରେ ରୁପା ଅଳଙ୍କାର ସଫା କରିଥିଲେ।

ମହିଳା ଜଣକ କୁ ସୁନା ଅଳଙ୍କାର ସଫା କରି ବାକୁ କହି ଥିଲେ ସେ ସୁନା ଅଳଙ୍କାର ସଫା ପାଇଁ ଦେଇଥିଲେ। ଦୁର୍ବୃତ୍ତ ମାନେ ଏକ ବାଲଟି ରେ ସୁନା ଅଳଙ୍କାର ସହ ପାଉଡର ମିଶାଇ ରଖିଥିଲେ। ଅଧଘଣ୍ଟା ପରେ ବାଲ୍ଟି ରୁ ସୁନା ଅଳଙ୍କାର ବାହାର କରିବାକୁ କହି ସେଠାରୁ ଫେରାର ହୋଇଯାଇଥିଲେ l ସନ୍ଦେହ ହେବାରୁ ପରେ ଉର୍ମିଳା ଦେଖନ୍ତି ତ ବାଲ୍ଟି ରେ ସୁନା ନାହିଁ ତିନୋଟି ଗୋଡି ପୁଡିଆ ପଡିଛି। ଏ ନେଇ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯଇଛି। ବାଲିଚନ୍ଦ୍ରପୁର ଥାନ ରେ ଅଭି ଯୋଗ ପାଇ ବାଲିଚନ୍ଦ୍ରପୁର ପୁର ପୋଲିସ ତଦନ୍ତ ଜାରି ରଖିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking