38.1 C
Bhubaneswar
Friday, April 26, 2024
Homeଅପରାଧସାନ ଭଇର ମୃତ୍ୟୁ ପରେ ପରିବାରବର୍ଗଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ଆଉ ଜଣେ ଭଉଣୀ ମୃତ

ସାନ ଭଇର ମୃତ୍ୟୁ ପରେ ପରିବାରବର୍ଗଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ଆଉ ଜଣେ ଭଉଣୀ ମୃତ

ଝାରସୁଗୁଡା ‌: ସାନଭାଇ ଦୀପକ ବିଶ୍ୱାଳ(୨୨)ର ମୃତ୍ୟୁ ପରେ ଝାରସୁଗୁଡା ଜିଲ୍ଲା ଲହୁଣ୍ଡାବୁଡ ଅଂଚଳରେ ଗତ ସୋମବାର ରାତିରେ ତିନି ଭଉଣୀ, ବଡ ଭାଇ ଓ ମା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତବେ ବୁର୍ଲ୍ଲା ମେଡିକାଲରେ ଚିକିତିତ୍ସ ଅବସ୍ଥାରେ ଗତ ବୁଧବାର ସକାଳେ ବଡ ଭାଇ ଶ୍ରୀକାନ୍ତ ବିଶ୍ୱାଳ(୩୩) ରାତିରେ ଭଉଣୀ ପିଙ୍କି ବିଶ୍ୱାଳ(୩୦), ଗୁରୁବାର ସକାଳେ ମା ପୁଷ୍ପାବତୀ ବିଶ୍ୱାଳ (୫୮)ଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର ସକାଳେ ପୁଣି ଏକ ଭଉଣୀ ବନ୍ଦିତା ବିଶ୍ୱାଳ(୩୫)ଙ୍କ ମୃତ୍ୟୁ ହୋଇଛି । ଗତକାଲି ଏକାସାଙ୍ଗରେ ମା ପୁଷ୍ପାବତୀ, ଭଉଣୀ ପିଙ୍କି, ଭାଇ ଶ୍ରୀକାନ୍ତଙ୍କ ଓ ଦୀପକର ଶେଷକୃତ୍ୟ ସାଙ୍ଗସାଥୀ, ସ୍ଥାନୀୟ ଲୋକ, ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ସମ୍ପନ୍ନ କରାଯାଇଛି । ଅନ୍ୟପଟେ ଆଉଜଣେ ଭଉଣୀ ଲିଲି ବିଶ୍ୱାଳ(୩୮) ଚିକିତ୍ସିତ ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି ।
ପ୍ରକାଶଯୋଗ୍ୟ ଯେ, ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା । ଏଥିରେ ଦୀପକ ବିଶ୍ୱାଳ ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ । ଦୀପକ ଭଲ ହୋଇଯିବେ ଆସାରେ ପରିବାର ଲୋକେ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ବଡବଡ ମେଡିକାଲରେ ଚିକିତ୍ସା କରାଇ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ । ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ ଦୀପକଙ୍କ ଚିକିତ୍ସା ଜାରି ରଖିଥିଲେ । ହେଲେ ଚାଲିଥିବାବେଳେ ଗତ ସୋମବାର ସେ ଗୁରୁତର ହୋଇପଡିଥିଲେ । ତେଣୁ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା । ସେଠାରେ ଦୀପକର ମୃତ୍ୟୁ ହୋଇଥିଲା । ଏହାପରେ ଦୀପକର ସାଙ୍ଗମାନେ ତାଙ୍କ ମୃତ ଦେହକୁ ଘରକୁ ନେଇ ଆସିଥିଲେ । ଦୀପକର ମୃତ୍ୟୁରେ ଭାଙ୍ଗିପଡି ପରିବାରର ସମସ୍ତେ ଆତ୍ମହତ୍ୟା କରିବାର ନିଷ୍ପତି ନେଇ ଫିନାଇଲ ପିଇଥିଲେ । ତେବେ ଏବିଷୟରେ ଦୀପକର ସାଙ୍ଗ ଓ ପଡୋଶୀମାନେ ଜାଣି ପାରି ରାତି ପ୍ରାୟ ୧୧ଟାରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଂଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା । ହେଲେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲ୍ଲ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking