34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଫେସବୁକ ପ୍ରେମିକ ପାଇଁ ଭାରତରେ ପ୍ରବେଶ କଲେ ଆଉ ଜଣେ ପ୍ରେମିକା

ଫେସବୁକ ପ୍ରେମିକ ପାଇଁ ଭାରତରେ ପ୍ରବେଶ କଲେ ଆଉ ଜଣେ ପ୍ରେମିକା

ନୂଆଦିଲ୍ଲୀ: ପାକିସ୍ତାନ ନାଗରିକ ସୀମା ହାଇଦର ପ୍ରେମିକ ସଚିନଙ୍କ ପାଇଁ ଭାରତରେ ବେଆଇନ ଭାବେ ପ୍ରବେଶ କରିଥିଲେ । ସୀମାଙ୍କ ଏହି ଘଟଣାର ସମାଧାନ ଏଯାବତ ହୋଇ ନଥିବା ବେଳେ ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ପ୍ରେମିକ?ା ତାଙ୍କ ପ୍ରେମିକ ପାଇଁ ଦକ୍ଷିଣ ଭାରତରୁ ଧାଇଁ ଆସିଛନ୍ତି । ସୂଚନାଯୋଗ୍ୟ, ଶୀଲଙ୍କାରେ ରହୁଥିବା ବିଗ୍ନେଶ୍ୱରୀ(୨୫) ଫେସବୁକ ପ୍ରେମିକଙ୍କୁ ବିବ?ାହ କରିବା ପାଇଁ ଆନ୍ଧ୍ରପ୍ରଦେଶ ଚାଲି ଆସିଛନ୍ତି । ବିଗ୍ନେଶ୍ୱରୀ ଏହି ଯାତ୍ର ଟୁଇରିଷ୍ଟ ଭିସା ଜରିଆରେ କରିଥିବା ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ରହୁଥିବା ଲକ୍ଷ୍ମଣ(୨୮) ଶ୍ରୀଲଙ୍କାରେ ରହୁଥିବା ବିଗ୍ନେଶ୍ୱରୀ(୨୫)ଙ୍କ ସାକ୍ଷାତ ୨୦୧୭ରେ ଫେସବୁକ ଜରିଆରେ ହୋଇଥିଲା ।

ଦୁହିଁଙ୍କ ମଧ୍ୟରେ ଫେସବୁକରେ ବନ୍ଧୁତା ହେବାପରେ ଏସମ୍ପର୍କ ପ୍ରେମରେ ପରିଣତ ହୋଇଯାଇଥିଲା । ଅନେକଦିନ ପ୍ରେମସମ୍ପର୍କରେ ରହିବା ପରେ ଲକ୍ଷ୍ମଣ ଓ ବିଗ୍ନେଶ୍ୱରୀ ବିବାହ କରିବାକୁ ସ୍ଥିର କରିଥିଲେ । ଏହାପରେ ବିମାନ ଯୋଗେ ବିଗ୍ନେଶ୍ୱରୀ ସୀମା ପାର କରି ଚେନ୍ନାଇରେ ପହଞ୍ଚିଥିଲେ । ଲକ୍ଷ୍ମଣ ଚେନ୍ନାଇ ବିମାନବନ୍ଦରରୁ ବିଗ୍ନେଶ୍ୱରୀଙ୍କୁ ନେଇ ଜୁଲାଇ ୨୦ ତାରିଖରେ ନିକଟସ୍ଥ ଏକ ମନ୍ଦିରରେ ବିବାହ କରିଥିଲେ । ଏହି ବିବାହରେ ଲକ୍ଷ୍ମଣଙ୍କ ପରିବାର ପ୍ରଥମେ ରାଜି ନଥିଲେ ପରେ ଦୁହେଁ ମିଶି ବୁଝାଇବା ପରେ ରାଜି ହୋଇଯାଇଥିଲେ । ଏହାପରେ ପୁଅ ଓ ବୋହୂଙ୍କୁ ଖୁସିରେ ଗ୍ରହଣ କରିଥିଲେ । ତେବେ ବିଗ୍ନେଶ୍ୱର ପୁଲିସକୁ ଅନୁରୋଧ କରି କହିଛନ୍ତି କି,‘ ମୁଁ ଆସିଥିବା ଭିସାର ଅବଧି ଅଗଷ୍ଟ ୧୫ରେ ଶେଷ ହୋଇଯିବ । ତୁରନ୍ତ ଏହାର ଅବଧି ବୃଦ୍ଧି କରାଯାଉ । ଆଉ ମୋ?ତେ ମୋ ଶାଶୁଘରେ ରହିବାକୁ ଅନୁମତି ଦିଆଯାଉ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking