30.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗସୀମାରେ ଆନ୍ଧ୍ରର ଦାଦାଗିରି ଜାରି

ସୀମାରେ ଆନ୍ଧ୍ରର ଦାଦାଗିରି ଜାରି

କୋରାପୁଟ : କିଛିଦିନ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରକୁ ନେଇ ଉପୁଜିଥିବା ବିବାଦକୁ ଦୁଇପକ୍ଷର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ବୈଠକରେ ସମାଧାନ କରାଯାଇଥିଲା । ତେବେ ଏବେ ଆଉ ଏକ ବିବାଦ ସାମନାକୁ ଆସିଛି । ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ଆନ୍ଧ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରିଛି । ଏହି କାର୍ଯ୍ୟ କୋରାପୁଟର ସମ୍ବାଇ ପଞ୍ଚାୟତରେ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ଏହି କାର୍ଯ୍ୟ କରିବା ବେଆଇନ ଅଟେ । ପୂର୍ବରୁ କୋରାପୁଟ ଓ ବିଶାଖାପାଟଣା ପ୍ରଶାସନର ମିଳିତ ବୈଠକ ହୋଇଥିଲେ ମଧ୍ୟ ଏବେ ଏହି କାର୍ଯ୍ୟ ଜାରି ରହିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking