28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗ୨୩ରୁ ଖୋଲିବ ଶ୍ରୀମନ୍ଦିର

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଶେଷ ହେଲା ଭକ୍ତଙ୍କ ଅପେକ୍ଷା । ୨୩ରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୨ଦିନ ସେବାୟତ ପରିବାରଙ୍କୁ ସୁଯୋଗ । ତା’ପର ଦୁଇଦିନ ପୁରୀବାସୀଙ୍କୁ ସକାଳୁ ସନ୍ଧ୍ୟା ଯାଏ ୱାର୍ଡ ବାସୀଙ୍କୁ ପର୍ଯ୍ୟାୟ କ୍ରମରେ ଦର୍ଶନର ପାଇଁ ସୁଯୋଗ ମିଳିବ । କେଉଁ ୱାର୍ଡ ବାସୀଙ୍କୁ କେତେବେଳେ ଦର୍ଶନ ପାଇଁ ଅନୁମତି ଦିଆଯିବ ସେ ନେଇ ପ୍ରଶାସନ ପକ୍ଷରୁ ଅବଗତ କରାଯିବ । ଏ ନେଇ ଜିଲ୍ଲାପାଳ ବଳୱାନ୍ତ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍ ଗାଇଡ୍ ଲାଇଡ଼୍ ଅନୁସାରେ ଦର୍ଶନ କରିପାରିବେ ପ୍ରଭୁଙ୍କୁ । ୧ ଓ ୨ ଦୁଇଦିନ ଦର୍ଶନ ବନ୍ଦ ରହିବ । ୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ । କରୋନା ରିପୋର୍ଟ ଦାଖଲ କରିବାକୁ ପଡ଼ିବ । କରୋନା ରିପୋର୍ଟ ଦାଖଲ ନକଲେ ଦର୍ଶନ ପାଇଁ ଅନୁମତି ମିଳିବନି । ୩ ରୁ ୧୦ଯାଏଁ ଦୈନିକ ୫ହଜାର ଭକ୍ତଙ୍କୁ ଅନୁମତି ମିଳିବ । ଏହା ପରେ ଭକ୍ତଙ୍କ ଦର୍ଶନ ସଂଖ୍ୟା ବଢ଼ିବ ମାସେ ଦୁଇମାସ ପରେ ସ୍ୱାଭାବିକ ସ୍ଥିତି ଫେରିବ ବୋଲି ଆଶା ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking