37.1 C
Bhubaneswar
Sunday, May 5, 2024
Homeଓଡିଶାକୋଟିଆ ପରେ ନିର୍ବିବାଦୀୟ ଗାଲିଗାବଦରରେ ଆନ୍ଧ୍ରର ଅନୁପ୍ରବେଶ

କୋଟିଆ ପରେ ନିର୍ବିବାଦୀୟ ଗାଲିଗାବଦରରେ ଆନ୍ଧ୍ରର ଅନୁପ୍ରବେଶ

କୋରାପୁଟ : ପଟ୍ଟାଙ୍ଗୀ ବ୍ଲକ୍ କୋଟିଆ ପଞ୍ଚାୟତର ବିବାଦୀୟ ୨୧ଟି ଗ୍ରାମରେ ଆନ୍ଧ୍ର ପ୍ରଶାସନ ପଞ୍ଚାୟତ ନିର୍ବାଚନ କରିଥିବାବେଳେ ନିର୍ବିବାଦୀୟ ଗ୍ରାମରେ ମଧ୍ୟ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରାଇଥିବା ନଜରକୁ ଆସିଛି । ତେବେ ଏହା କିପରି ବ୍ଲକ୍ ପ୍ରଶାସନ ଜାଣି ପାରିଲେ ନାହିଁ ତାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।
ବିବାଦୀୟ ଗ୍ରାମପୁଞ୍ଜ ଗଞ୍ଜେଇପଦର , କୋଟିଆ, ମାଡକାର, ବର୍ଣ୍ଣାପାଡୁ, ଡୋଲିଆମ୍ଭ, କୋନାଦୋରା, ସଲପଗୁଡ଼ା, ଫଗୁଣସେନେରୀ, ଫାଟୁସେନେରୀ, ହରମାଣ୍ଡିଙ୍ଗୀ, ମୋହିପାଣି, ଉପରସେମ୍ବି, ତଳସେମ୍ବି, ଧୂଲିପଦର, ଆର୍ଜୁବାଲସା, ତାଡିବାଲସା, ନେରେଡିବାଲସା, ସିଡିବାଲସା, ରଣସିଂ, ପନିକି, ସୀମାଗଡ଼ା ଗ୍ରାମକୁ ନେଇ ଆନ୍ଧ୍ର ତଳଗେଞ୍ଜଇପଦର, ଫଗୁଣସିନେରୀ ଓ ଫାଟୁସିନେରୀ ନାମକ ୩ଟି ପଞ୍ଚାୟତ ଗଠନ କରି ନିର୍ବାଚନ ପ୍ରକ୍ରିୟା ଶେଷ କରିଛି । ତଳଗଞ୍ଜେଇପଦର ଓ ଫଗୁଣସିନେରୀରେ ସରପଞ୍ଚ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ କେବଳ ଫାଟୁସିନେରୀରେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଫାଟୁସିନେରୀ ବୁଥ୍‌ରେ ଓଡ଼ିଶାର ସାମ୍ବାଦିକ, ପ୍ରଶାସକ ଓ ରାଜନେତାମାନେ ଉପସ୍ଥିତ ରହିଥିଲେ । କିନ୍ତୁ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବଦର ଗ୍ରାମବାସୀ ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ । ଆନ୍ଧ୍ରର ଚାଲାକକୁ ପଟ୍ଟାଙ୍ଗୀ ବ୍ଲକ୍ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ରହିଯାଇଛି । ଆନ୍ଧ୍ରର ସାଲୁର ମଣ୍ଡଳର ସାରିକା ପଞ୍ଚାୟତରେ ଗାଲିଗାବଦାର ନାମ ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡ଼ିଛି । ଗାଲିଗାବଦାର ନାମକୁ ଗାଲିଗାବାଦାରୀ ରଖାଯାଇଛି । ଗାଲିଗାବଦାରର କିଛି ଲୋକେ ଭୋଟ୍ ଦେବାକୁ ଯାଇଥିବା ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଗ୍ରାମକୁ ଯାଇ ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ କିଛି ଗ୍ରାମବାସୀ ବୁଥ୍‌କୁ ଯାଇ ଭୋଟ୍ ଦେଇଥିବା ଜଣାପଡ଼ିଛି । ନାଗେଶ ଗୁଣ୍ଠା, ପାଙ୍ଗୀ ଦାଶୁ, ପାଙ୍ଗୀ ଲେଙ୍ଗୁ, ଜାଲେରୀ ଭଗବାନ, ଜାଲେରୀ ବିଶୁଙ୍କ ସହ ପ୍ରାୟ ୪୦ ଜଣ ଲୋକ ଭୋଟ ଦେଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking