30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ

କେନ୍ଦୁଝର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ ହୋଇଛନ୍ତି । ବର୍ତମାନ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଅସୁସ୍ଥ ଥିବା ଖବର ଜାଣିବା ପରେ ରାଜ୍ୟପାଳ ଗଣେଶୀ ଲାଲ ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି ଅନୁଷ୍ଠିତ ‘ମାଇନିଙ୍ଗ ଏରିଆ ଟ୍ରକ ଓନର୍ସ ଆସୋସିଏସନ’ର ଏକ ବୈଠକରେ ସେ ଯୋଗ ଦେଇଥିଲେ । ପରେ ନିଜ ଆଶ୍ରମକୁ ଫେରିଆସିଥିଲେ । କିଛି ସମୟ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯେଉଁଥିପାଇଁ ଚିକିତ୍ସା ନିମନ୍ତେ ତାଙ୍କୁ ଟିସ୍କୋ ହସ୍ପିଟାଲରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ପରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କହିଥିଲେ । ଏହାପରେ ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା ଜାରି ରହିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking