29.1 C
Bhubaneswar
Wednesday, May 1, 2024
Homeକରୋନାଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୬ ହଜାର...

ଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୬ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ନୂଆଦିଲ୍ଲୀଦେଶରେ ଲୁଚକାଳି ଖେଳୁଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । ଗତ କିଛି ଦିନ ହେବ ଯେଉଁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସମସ୍ତଙ୍କ ମଧ୍ୟରେ ଛନକା ପସିଛି । ଗତ ୨ ଦିନ ତଳେ ଲଗାତାର କୋରୋନା ସଂକ୍ରମଣ ୬ ହଜାର ଉପରେ ରହୁଥିବା ବେଳେ ଗତକାଲି(ରବିବାର) ଏହି ସଂଖ୍ୟା ୫ ହଜାରକୁ ଖସି ଆସିଥିଲା ।

ଆଜି ପୁଣି ୬ ହଜାର ମୁହାଁ କୋରୋନା ମମଲା । ଗତ ୨୪ ଘଣ୍ଟାରେ ୫୮୮୦ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଆଜି ନୂଆ ୫୮୮୦ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ଆକ୍ଟିଭ ସଂଖ୍ୟା ୩୫୧୯୯ରେ ପହଞ୍ଚିଛି । ଗତକାଲି ଏହି ସଂଖ୍ୟା ୫ ହଜାର ୩୫୭ ରହିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking