24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଆମେରିକା ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା

ଆମେରିକା ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା

ୱାଶିଂଟନ: ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି । ରିପୋର୍ଟ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ । ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା ସୂଚନା ଅନୁଯାୟୀ ପେଣ୍ଟାଗନ ନୂତନ ବୋମାକୁ ଅନୁମୋଦନ ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି । ନୂତନ ବୋମା ବି୬୧ ପରମାଣୁ ମାଧ୍ୟାକର୍ଷଣ ବୋମାର ଆଧୁନିକୀକରଣ ସଂସ୍କରଣ ହେବ, ଯାହାର ନାମ ବି୬୧-୧୩ ଦିଆଯାଇଛି ।

ସ୍ପେସ ଡିଫେନ୍ସ ପଲିସି ପାଇଁ ଆମେରିକାର ଡେପୁଟି ସେକ୍ରେଟେରୀ ଜନ ପ୍ଲମ ଏକ ବିବୃତ୍ତିରେ କହିଛନ୍ତି ଯେ ସୁରକ୍ଷା ପରିବେଶର ପରିବର୍ତ୍ତନ ଏବଂ ଶତ୍ରୁମାନଙ୍କର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଏବେ ଏହା ଘୋଷଣା କରାଯାଇଛି । ପରିସ୍ଥିତିର ସମୀକ୍ଷା କରିବା ତଥା ସମ୍ଭାବ୍ୟ ବିପଦକୁ ରୋକିବା ଏବଂ ଆବଶ୍ୟକ ସ୍ଥଳେ ପ୍ରତିଶୋଧ ନେଇ ଆମର ସହଯୋଗୀଙ୍କୁ ଆଶ୍ୱାସନା ଦେବା ଆମେରିକାର ଦାୟିତ୍ୱ । ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ନୂତନ ପରମାଣୁ ବୋମାର ଓଜନ ୩୬୦ କିଲୋଟନ ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୨୪ ଗୁଣ ବଡ ହେବ । ହିରୋସିମାରେ ପକାଯାଇଥିବା ବୋମାର ଓଜନ ୧୫ କିଲୋ ଟନ ଥିଲା । ଜାପାନର ନାଗାସାକିରେ ପକାଯାଇଥିବା ବୋମାଠାରୁ ନୂଆ ବୋମା ୧୪ ଗୁଣ ବଡ ହେବ । ନାଗାସାକିରେ ପକାଯାଇଥିବା ବୋମା ୨୫କିଲୋଟନ ଥିଲା । ଏହା ବ୍ୟତୀତ ନୂତନ ବୋମାରେ ଉନ୍ନତ ଆଧୁନିକ ନିରାପତ୍ତା ଏବଂ ସଠିକତା ମଧ୍ୟ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking