30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚୀନକୁ ଆମାଜନର ବଡ଼ ଝଟକା

ଚୀନକୁ ଆମାଜନର ବଡ଼ ଝଟକା

ନୂଆଦିଲ୍ଲୀ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ମନ ମୁତାବକ ଜିନିଷ ଅର୍ଡର କରିଥାନ୍ତି । ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତା’ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର ଯୋଗାଇ ଆମାଜନ ବେଶ ଲୋକପ୍ରିୟ ହୋଇଛି । ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ ବିକ୍ରି ହେଉ ତାହା ଚାହୁଁନାହିଁ ଆମାଜନ୍ । ସେଥିପାଇଁ ଆମାଜନ ନିଜର ନିୟମକୁ ନେଇ ବେଶ କଠୋର ହୋଇଥିବା ଦେଖାଯାଇଛି । କୌଣସି କମ୍ପାନି ନିୟମର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇ ନଥାଏ ଆମାଜନ । ଆମାଜନ ୬୦୦ଟି ଚୀନ୍ ବ୍ରାଣ୍ଡକୁ ନିଜ ୱେବସାଇଟରୁ ବ୍ୟାନ୍ କରିଛି ।

ସୂଚନା ଅନୁଯାୟୀ, ୬୦୦ଟି ଚୀନ୍ ବ୍ରାଣ୍ଡକୁ ନିୟମ ଉଲଂଘନ ପାଇଁ ବ୍ୟାନ୍ କରିଛି ଆମାଜନ । ଏହି ବ୍ରାଣ୍ଡଗୁଡିକ କମ୍ପାନିର ରିଭ୍ୟୁ ପଲିସିରେ ହେରଫେର କରିଥିଲେ, ଯାହା ଆମାଜନର ନିୟମକୁ ଉଲଂଘନ କରିଥିଲା | ତେଣୁ ଆମାଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି । ନିଜ ସାମଗ୍ରୀ ଉପରେ ଭଲ ରିଭ୍ୟୁ ଦେବାକୁ ଚୀନ୍ କମ୍ପାନିଗୁଡିକ ଲୋକଙ୍କୁ ଆମାଜନ ଗିଫ୍ଟ କାର୍ଡ ଦେଉଥିଲେ, ଯାହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମାଜନ । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଆମାଜନ ସବୁବେଳେ ଲୋକଙ୍କୁ ଭଲ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରିଥାଏ । ତେଣୁ ପ୍ରତି ସାମଗ୍ରୀକୁ ନେଇ ଯେଉଁ ରିଭ୍ୟୁ ଆସିଥାଏ ତାହା କମ୍ପାନି ପାଇଁ ବେଶ ଗୁରୁତ୍ୱ ବହନ କରିଥାଏ । କାରଣ ଏହି ରିଭ୍ୟୁ ପଲିସିକୁ ଦେଖି ଲୋକେ ସାମଗ୍ରୀ କିଣିଥାନ୍ତି । ତେଣୁ ଗ୍ରାହକଙ୍କୁ ମିଛ ରିଭ୍ୟୁ ଦେଇ ଫଶାଇଥିବାରୁ ଆମାଜନ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking