28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅଟଳ ପେନ୍‌ସନ୍‌ଠାରୁ କାର୍ଡ ପେମେଣ୍ଟ ଆଜିଠୁ ବଦଳିଲା ଏହି ସବୁ ନିୟମ

ଅଟଳ ପେନ୍‌ସନ୍‌ଠାରୁ କାର୍ଡ ପେମେଣ୍ଟ ଆଜିଠୁ ବଦଳିଲା ଏହି ସବୁ ନିୟମ

ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ପରି ଅକ୍ଟୋବର ମାସ ଆରମ୍ଭରୁ ଦେଶରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିୟମଗୁଡ଼ିକରେ ପରିବର୍ତ୍ତନ ଗ୍ରାହକଙ୍କୁ ବେଶ ପ୍ରଭାବିତ କରିବ। ଏହି ନିୟମଗୁଡିକ ମଧ୍ୟରୁ କେତେକରେ ପରିବର୍ତ୍ତନ ଗ୍ରାହକଙ୍କ ପକେଟ ଉପରେ ଅତିରିକ୍ତ ଭାର ବଢ଼ାଇପାରେ। ଅକ୍ଟୋବର ପହିଲାଠାରୁ ଅର୍ଥାତ ଆଜିଠୁ ପରିବର୍ତ୍ତନ ହୋଇଥିବା ନିୟମଗୁଡ଼ିକ ମଧ୍ୟରେ କ୍ରେଡିଟ୍-ଡେବିଟ୍ କାର୍ଡରେ ପେମେଣ୍ଟ ପାଇଁ କାର୍ଡ ଟୋକନାଇଜେସନ, ଅଟଳ ପେନ୍‌ସନ୍ ସ୍କିମ୍ ଏବଂ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଆଦି ରହିଛି।

ପରିବର୍ତ୍ତିତ ନିୟମାନୁଯାୟୀ ଅର୍ଥ ମନ୍ତ୍ରାଳୟ ଦ୍ବାରା ଜାରି ବିଜ୍ଞପ୍ତି ମୁତାବକ, ଅକ୍ଟୋବର ପହିଲାଠାରୁ ଅର୍ଥାତ ଆଜିଠୁ ଟିକସଦାତାମାନେ ଅଟଳ ପେନ୍‌ସନ୍ ଯୋଜନାରେ ଯୋଗଦାନ କରିପାରିବେନାହିଁ। ଅନ୍ୟପକ୍ଷରେ, ଯଦି ଆପଣଙ୍କର ଡାକଘରେ ଏକ ସଞ୍ଚୟ ଖାତା ରହିଛି, ତେବେ ଆପଣ ଅଟଳ ପେନ୍‌ସନ୍ ଯୋଜନା ଅଧୀନରେ ଆବେଦନ କରିପାରିବେ। ଯଦି ଆପଣ ଏହି ଯୋଜନାକୁ ସବସ୍କ୍ରାଇବ କରିସାରିଛନ୍ତି, ତେବେ ନୂତନ ପରିବର୍ତ୍ତନଗୁଡ଼ିକ ଆପଣଙ୍କୁ ପ୍ରଭାବିତ କରିବନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking