39.1 C
Bhubaneswar
Friday, April 26, 2024
Homeଓଡିଶାକେହି ବଞ୍ଚିତ ହେବେନି ଖାଦ୍ୟ ସୁରକ୍ଷାରୁ , ଏଣିକି ସବୁ କିଛି ଅନଲାଇନ୍: ନବୀନ

କେହି ବଞ୍ଚିତ ହେବେନି ଖାଦ୍ୟ ସୁରକ୍ଷାରୁ , ଏଣିକି ସବୁ କିଛି ଅନଲାଇନ୍: ନବୀନ

ଭୁବନେଶ୍ୱର : ୫-ଟି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣର ସବୁ କାମ ଏଣିକି ଅନଲାଇନରେ ହେବ । ଏଣିକି ରାସନ କାର୍ଡ ଆବେଦନ ଠାରୁ ଧାନକିଣା ପଞ୍ଜୀକରଣ ଯାଏ ସବୁ କିଛି ଅନଲାଇନରେ ହେବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଅନଲାଇନ ବ୍ୟବସ୍ଥା କରାଯାଇଛି ୪ଟି ସେବା ପାଇଁ ଅନଲାଇନ ସୁବିଧାର ଆଜି ଭିସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଅନଲାଇନରେ ହେବ ଧାନ ବିକ୍ରୟ ପାଇଁ ପଞ୍ଜିକରଣ। ରାସନ କାର୍ଡ ଆବେଦନ ଓ ସଂଶୋଧନ ମଧ୍ୟ ଅନଲାଇନରେ ହେବ । ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନସେ ଫି ପ୍ରଦାନ ମଧ୍ୟ ଅନଲାଇନରେ ହେବ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ‘ଜଣେ ବି ଗରିବକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking