30.1 C
Bhubaneswar
Saturday, April 27, 2024
HomeUncategorizedସତର୍କବାଣୀ : ୭୦ ଲକ୍ଷ ଏଟିଏମ ଧାରୀ ଭାରତୀୟଙ୍କର ଡ଼ାଟା ଚୋରୀ

ସତର୍କବାଣୀ : ୭୦ ଲକ୍ଷ ଏଟିଏମ ଧାରୀ ଭାରତୀୟଙ୍କର ଡ଼ାଟା ଚୋରୀ

ନୂଆଦିଲ୍ଲୀ : ରିସର୍ଚରୁ ଜଣାପଡ଼ିଛି ଯେ ଏଟିଏମ , କ୍ରେଡିଟ କାର୍ଡ଼ ,ଡ଼େବିଟ କାର୍ଡ଼ ବ୍ୟବହାର କରୁଥିବା ପ୍ରାୟ ୭୦ ଲକ୍ଷ ଭାରତୀୟଙ୍କ ପର୍ଶନାଲ ଡ଼ାଟା ଚୋରୀ ହୋଇଛି । ଇଣ୍ଟରନେଟ ସେକ୍ୟୁରିଟି ରିସର୍ଚର୍ସଙ୍କ କହିବା ଅନୂସାରେ ଏଟିଏମ ଧାରୀ ଲୋକଙ୍କ ନାଁ , ଫୋନ ନମ୍ବର ,ଇ-ମେଲ ଠିକଣା ,ବାର୍ଷିକ ଆୟର ସବୁ ତଥ୍ୟ ଲିକ ହୋଇଯାଇଛି । ଏହା ନେଇ ସେକ୍ୟୁରିଟି ଏଜେନ୍ସିକୁ ରିସର୍ଚର ରାଜାସଖର ରାଜାହାରିଆ ସୂଚନା ଦେଇଛନ୍ତି ।
ତା’ଙ୍କ କହିବାୂ ଅନୂସାରେ ଲିକ ହେଉଥିବା ଡ଼ାଟାବେଶର ସାଇଜ ୨ ଜିବି ରହିଛି । ରିପୋର୍ଟରୁ ଜଣାପଡ଼ିଛି ଏହି ଲିକ ହେବା ପ୍ରୋସେଶ ୨୦୧୯ ରୁ ୨୦୨୦ ଭିତରେ ବେଶୀ ପରିମାଣରେ ହୋଇଛି । ରାଜାହାରିଆଙ୍କ କହିବା ଅନୂସାରେ ଏହି ଡ଼ାଟା ଚୋରୀ ମାଧ୍ୟମରେ ଯେଉଁ ଫାଇନାନସିଆଲ ମୁଲ୍ୟବାନ ତଥ୍ୟ ନିଆଯାଇଛି ତାହା ବ୍ୟବହାର କରି ହ୍ୟାକର୍ସ ଓ ସ୍କାମର୍ସ ମାନେ ଅନ୍ୟ ଦୁରୂପଯୋଗ ମଧ୍ୟ କରିପାରିବେ । ଏଥିପାଇଁ ଥାର୍ଡ଼ ପାର୍ଟି ସର୍ଭିସ ବିଶେଷ ଭାବରେ ଦାୟୀ । ରିପୋର୍ଟ କହୁଛି ପ୍ରାୟ ୫ ଲକ୍ଷ ଲୋକଙ୍କ ପ୍ୟାନ ନମ୍ବର ଲିକ ହୋଇଛି । କାରଣ ପ୍ୟାନ ନମ୍ବରକୁ ସଠିକ ଭାବେ ଭେରିଫାଏ କରାଯାଉନାହିଁ । ଏହି ଫାଇନାନସିଆଲ ଡ଼ାଟା ସବୁଠୁ ଗୁରୁତ୍ୱପୁର୍ଣ୍ଣ ଅଟେ । ଯାହାକୁ ସହଜରେ ଦୂରୁପଯୋଗ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking