31.1 C
Bhubaneswar
Friday, March 29, 2024
Homeଓଡିଶାସମ୍ବଲପୁରର ୧୯୦୦ ମସିହାର ପୁରାତନ ଡାକଘରକୁ ପୁରାତନ କୀର୍ତିର ମାନ୍ୟତା ପ୍ରଦାନ

ସମ୍ବଲପୁରର ୧୯୦୦ ମସିହାର ପୁରାତନ ଡାକଘରକୁ ପୁରାତନ କୀର୍ତିର ମାନ୍ୟତା ପ୍ରଦାନ

ସମ୍ବଲପୁର : ୧୯୦୦ ର ସମ୍ବଲପୁର ମୁଖ୍ୟ ଡ଼ାକଘରକୁ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ହେରିଟେଜ ବା ପୁରାତନ କୀର୍ତିର ମାନ୍ୟତା ପ୍ରଦାନ କରାଯାଇଛି । ମନ୍ତ୍ରଣାଳୟର କୀର୍ତି  ଓ ସଂଗ୍ରହାଳୟ ପରିଚାଳନା ବିଭାଗ ଗତକାଲି ସମ୍ବଲପୁର ସହିତ ଦେଶର ଆଠଟି ପୁରାତନ ଡ଼ାକଘରକୁ ପୁରାତନ କୀର୍ତି ବା ହେରିଟେଜ ମାନ୍ୟତା ପ୍ରଦାନ ସମ୍ପର୍କିତ ବିଜ୍ଞପ୍ତି ଜାରୀ କରିଛି । ଭାରତୀୟ ଡାକ ମାନଚିତ୍ରରେ ବହୁପୂର୍ବରୁ ସମ୍ବଲପୁର ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ମୁମ୍ବାଇ-କୋଲକାତା ମାର୍ଗରେ ସମ୍ବଲପୁରର ଅବସ୍ଥିତି ଯୋଗୁଁ  ସ୍ଥାନଟିର ଗୁରୁତ୍ୱ ବୃଦ୍ଧି ପାଇଥିଲା । ଏହି ପୃଷ୍ଠଭୂମିକୁ ଆଧାର କରି ୧୯୦୦ ମସିହାରେ ନିର୍ମିତ ହୋଇ ବର୍ତମାନ ମଧ୍ୟ ଉପଯୋଗ କରାଯାଉଛି । ସମ୍ବଲପୁରର ପୁରୁଣା ଡାକଘରକୁ ଏକ ସ୍ମାରକୀ ରୂପେ ନିଆଯାଇ ଏଠାରେ ଏକ ଡାକ ସଂଗ୍ରହାଳୟ ବା ପୋଷ୍ଟାଲ ମ୍ୟୁଜିୟମ ସ୍ଥାପନ ପାଇଁ ପୁର୍ବରୁ ଇତିହାସ ଗବେଷକ ଦୀପକ କୁମାର ଫଡ଼ା ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହିତ ତଥ୍ୟ ଯୋଇଦେଇଥିଲେ ।  ଲୋକସଭା ସଦସ୍ୟ ସୁରେଶ ପୂଜାରୀ ମଧ୍ୟ ଏନେଇ ମନ୍ତ୍ରଣାଳୟକୁ ପତ୍ର ଲେଖିଥିଲେ । ମନ୍ତ୍ରଣାଳୟର ଏହି ଘୋଷଣା ପରେ ଆଗାମୀ ପୀଢ଼ି ଡାକ ବ୍ୟବସ୍ଥାର ମହତ୍ୱ  ଓ ଏହାର କାର୍ଯ୍ୟ ପ୍ରଣାଳୀ ଏବଂ କ୍ରମବିକାଶ ବାବଦରେ ଅବଗତ ହୋଇପାରିବେ । ଏଠାରେ  ସଂଗ୍ରହାଳୟ ପ୍ରତିଷ୍ଟା କରାଗଲେ ପୁରୁଣା ଚିଠିପତ୍ର, ଡାକଟିକଟ, ଡାକ ଉପକରଣ, ଡାକ ବ୍ୟବସ୍ଥା ସମ୍ପର୍କୀତ ପୁରାତନ ଫଟୋଚିତ୍ର ଏବଂ ବିବିଧ ସୂଚନାକୁ ସ୍ଥାନିତ କରାଯାଇପାରିବ । ପୂର୍ବରୁ ଟେଲିଗ୍ରାଫ ଉବ୍ଦାଭିତ ହେବା ପରେ ପରେ ୧୮୫୪ ବେଳକୁ ସମ୍ବଲପୁରରୁ ଝାଂସୀ ଆଦି ସ୍ତାନକୁ ଟେଲିଗ୍ରାଫ ସଂଯୋଗ ଆରମ୍ଭ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, ୧୮୦୪ ମସିହାରେ ବ୍ରିଟିଶ ମାନେ ସମ୍ବଲପୁର ଅସିବା ଉତାରୁ ଏହି ମାର୍ଗ ଦେଇ ଡାକ ନେବା ଆଣିବା ବ୍ୟବସ୍ଥା ଅଧିକ ସକ୍ରିୟ ହୋଇଥିଲା । ବମ୍ବେ, ନାଗପୁର, ଜବଲପୁର, ସମ୍ବଲପୁର, ଖଡ଼ଗପୁର ଏବଂ କୋଲକାତା ଡାକମାର୍ଗ ଥିଲା ବ୍ରିଟିଶଙ୍କ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ସମ୍ବଲପୁର ଏବଂ ଜବଲପୁର ମଧ୍ୟରେ ପାଳିକରି ଘୋଡ଼ା ଯୋଗେ ଡାକ ନେବା ଆଣିବା କରାଯାଉଥିବା ବେଳେ ସମ୍ବଲପୁର-ଖଡ଼ଗପୁର ମଧ୍ୟରେ ଡାକ ଦୌଡ଼ାଳୀମାନେ ଚିଠିପତ୍ର ନେବା ଆଣିବା କରୁଥିଲେ । ସମ୍ବଲପୁର ଅଂଚଳ ଘଂଚଞ୍ଚ ଅରଣ୍ୟ ପରିବେଷ୍ଟନୀ ମଧ୍ୟରେ ଥିବାରୁ ଏଠାରେ ବାଘ ଓ ଅନ୍ୟାନ୍ୟ ହିଂସ୍ର ଜନ୍ତୁଙ୍କ ଗତିବିଧି ସାଧାରଣ କଥା ଥିଲା । ଡାକ ଦୌଡ଼ାଳୀଙ୍କ ଗନ୍ତବ୍ୟ ପଥରେ ବାଘ ମାତିଥିଲେ କିମ୍ବା କୌଣସି ଜନ୍ତୁ ସଦ୍ୟ ଶିକାର କରିଥିଲେ ଡାକ ଦୌଡ଼ାଳୀଙ୍କ ପାଇଁ ବାଧା ସୃଷ୍ଟି ହେଉଥିଲା । ବାଘ ତା’ ଶିକାରକୁ ଅନ୍ୟତ୍ର ନେଇ ନଯିବା ପର୍ଯ୍ୟନ୍ତ ଡାକ ଦୌଡ଼ାଳୀଙ୍କୁ ଦୀର୍ଘ ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା । ଫଳରେ ଡାକ ବ୍ୟବସ୍ଥା ବିଳମ୍ବିତ ହେଉଥିଲା । ଚିଠିପତ୍ର ପାଇଁ ଅପେକ୍ଷା କରି ରହିଥିବା ବ୍ୟକ୍ତିଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଥିଲା । ଏ ସମ୍ପର୍କୀତ ଅନେକ ଘଟଣାର ବର୍ଣ୍ଣନା ରହିଛି । ନିର୍ଦ୍ଦିଷ୍ଟ ବାଘ ଯୋଗୁଁ ଲଗାତାର କେଇଦିନ ଡାକ ନେଇ ଯିବାରେ ବିଳମ୍ବ ଘଟିବା ଫଳରେ ବାଘ ମୁଣ୍ଡ ଉପରେ ପୁରସ୍କାର ଘୋଷଣାର ମଧ୍ୟ ନଜିର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking