40.1 C
Bhubaneswar
Tuesday, April 30, 2024
Homeଓଡିଶାଅନ୍ଧ କରି ଦେଲା ମଦ ନିଶା; ପୁଅର ଜୀବନ ନେଲା ନିଶାଶକ୍ତ ମାଆ

ଅନ୍ଧ କରି ଦେଲା ମଦ ନିଶା; ପୁଅର ଜୀବନ ନେଲା ନିଶାଶକ୍ତ ମାଆ

ମାଲକାନଗିରି: ମାଆ ଭୁଲି ଗଲା ମମତା । ଅନ୍ଧ କରି ଦେଲା ମଦ ନିଶା । ଜନ୍ମଦାତ୍ରୀ ସାଜିଲା ପୁଅର ହତ୍ୟାକାରୀ । ଦଶ ମାସ ଦଶ ଦନ ଗର୍ଭରେ ରଖି ଜନ୍ମ ଦେଇଥିବା ଶିଶୁର ଜୀବନ ନେଲା ମାଆ । ଘରୁ ଟଙ୍କା ନେଇ ଖଜା କିଣି ଖାଇବାରୁ ପୁଅ ପିଟି ପିଟି ମାରିଦେଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅର୍ନ୍ତଗତ ତୁମ୍ବାଗୁଡା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ୮ ବର୍ଷୀୟ ରୋହିତ ପଡ଼ିଆମୀ । ତାଙ୍କ ମାଆ ହେଉଛନ୍ତି ୱାଗି ପଡ଼ିଆମୀ । ୱାଗିଙ୍କ ସ୍ୱାମୀ ମୁକା ପଡ଼ିଆମୀଙ୍କ କହିବା ଅନୁଯାୟୀ, ତାଙ୍କର ପୁଅ ରୋହିତ ମା’ ୱାଗିଙ୍କୁ ଟଙ୍କା ମାଗିଥିଲା ଖଜା ଖାଇବା ପାଇଁ । କିନ୍ତୁ ପୁଅକୁ ମନା କରି ଟଙ୍କାକୁ ଘରେ ଲୁଚାଇ ରଖି ମଦ ପିଇବାକୁ ପଳାଇଥିଲା ୱାଗି । ଏହାପରେ ସେହି ଟଙ୍କାକୁ ନେଇ ରୋହିତ ଦୋକାନରୁ ଖଜା କିଣି ଖାଇଥିଲା ।

ଶନିବାର ବିଳମ୍ବିତ ରାତିରେ ୱାଗି ପଡ଼ିଆମୀ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲା । ଲୁଚେଇ ରଖିଥିବା ଟଙ୍କା ଖୋଜି ନପାଇବାରୁ ପୁଅ ରୋହିତକୁ ପଚାରି ଥିଲା । ସେ ଦୋକାନରୁ ଖଜା କିଣି ଖାଇଦେଇଛି ବୋଲି କହିବାରୁ ମହିଳାଙ୍କ ମୁଣ୍ଡକୁ ପିତ ଚଢିଯାଇଥିଲା । ସେ ରାଗରେ ତମତମ ହୋଇ ପୁଅର ଛାତିକୁ ଗୋଇଠା ମାରିଚାଲି ଥିଲେ । ସ୍ୱାମୀ ମୁକା ବିରୋଧ କରିଥିଲେ ମଧ୍ୟ ସେ ଶୁଣିନଥିଲେ । ଶେଷରେ ରୋହିତ ଅଚେତ ହୋଇଯିବାରୁ ୱାଗି ଶୋଇ ପଡ଼ିଥିଲା । ଗତକାଲି ସକାଳୁ ପୁଅର ମୃତ୍ୟୁ ହୋଇଥିବା ବାପା ମୁକା ଜାଣିବାକୁ ପାଇଥିଲେ ।

ଏ ଏସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲା । ଏହାକୁ ନେଇ ଗ୍ରାମର ମୁଖିଆ କେନି କବାସୀ, ୱାର୍ଡମେମ୍ବର ଲାକା ମାଡକାମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପରେ ଗ୍ରାମର ୱାର୍ଡମେମ୍ବର ଲାକା ମାଡ଼କାମୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହାପରେ କାଲିମେଳା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଧିକ ତଦନ୍ତ ନିମନ୍ତେ କୋରାପୁଟ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିଲା । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପରେ ରୋହିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣା ନେଇ କାଲିମେଳା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ରୋହିତର ମା’ ୱାଗୀ ପଡ଼ିଆମୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking